ଓଡ଼ିଶାରେ ରାଜ୍ୟ ବିଜେପି ପ୍ରଭାରୀ ସୁନୀଲ ବଂଶଲ

ଭୁବନେଶ୍ୱର: କିଛିଦିନ ପୂର୍ବରୁ ଓଡ଼ିଶା ପ୍ରଭାରୀ ଭାର ସମ୍ଭାଳିଥିବା ସୁନୀଲ ବଂଶଲ ଆଜି ଭୁବନେଶ୍ୱର ପହଞ୍ଚିଛନ୍ତି। ଏହି ସମୟରେ ତାଙ୍କୁ ଏୟାରପୋର୍ଟରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ସମୀର ମହାନ୍ତି ଭବ୍ୟ ସ୍ୱାଗତ କରିଥିଲେ ।

ସୂଚନାଯୋଗ୍ୟ, ସୁନୀଲ ବଂଶଲ ଏହି ଗସ୍ତ ସମୟରେ ପାର୍ଟିର ସାଂସଦ, ବିଧାୟକ ଓ କାର୍ଯ୍ୟକର୍ତ୍ତାଙ୍କ ସହ ଭିନ୍ନ ଭିନ୍ନ ଭାବେ ଆଲୋଚନା କରିବେ । କାର୍ଯ୍ୟକ୍ରମରେ ବିଜେପି ସଂଗଠନକୁ ମଜଭୁତ କରିବା ସହ ୨୦୨୪ ବିଜେପି ରଣନୀତି ଉପରେ ଚର୍ଚ୍ଚା କରିବେ । ଓଡ଼ିଶା କମାଣ୍ଡ ସମ୍ଭାଳିବା ପରେ ଶ୍ରୀ ବଂଶଲଙ୍କର ଏହା ହେଉଛି ପ୍ରଥମ ଗସ୍ତ ।

Related Articles

Back to top button