ବ୍ରିଟେନ ନିର୍ବାଚନରେ ଋିଷିଙ୍କୁ ହରାଇ ପ୍ରଧାନମନ୍ତ୍ରୀ ହେଲେ ଲିଜ ଟ୍ରସ

Britain-Politics_Rishi_Sunak_Liz_truss

ବ୍ରିଟେନ ପ୍ରଧାନମନ୍ତ୍ରୀ ନିର୍ବାଚନରେ ଲିଜ ଟ୍ରସ ଜିତିଛନ୍ତି । ଟ୍ରସ ଭାରତୀୟ ବଂଶୋଦ୍ଭବ ଋିଷି ସୁନକଙ୍କୁ ୨୦ ହଜାରରୁ ଅଧିକ ଭୋଟରେ ହରାଇଛନ୍ତି । ଟ୍ରସ ୮୧ହଜାର ୩୨୬ ଖଣ୍ଡ ଭୋଟ ପାଇଥିବାବେଳେ ଋିଷିଙ୍କୁ ୬୦ହଜାର ୩୯୯ ଭୋଟ ମିଳିଛି । ଥେରେସା ମେ ଓ ମାର୍ଗରେଟ ଥେଚରଙ୍କ ପରେ ଲିଜ ଟ୍ରସ ବ୍ରିଟେନର ତୃତୀୟ ମହିଳା ପ୍ରଧାନମନ୍ତ୍ରୀ ହୋଇଛନ୍ତି ।

ସୂଚନାଯୋଗ୍ୟ, ବ୍ରିଟେନର ପ୍ରଧାନମନ୍ତ୍ରୀ ପଦର ନିର୍ବାଚନ ଜୁଲାଇରେ ଆରମ୍ଭ ହୋଇଥିଲା । ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ବିଭିନ୍ନ ଘୋଟାଲା ଓ ମନ୍ତ୍ରୀଙ୍କ ଇସ୍ତଫା ପରେ ପ୍ରଧାନମନ୍ତ୍ରୀ ପଦ ଛାଡ଼ିବା ନେଇ ଘୋଷଣା କରିଥିଲେ । ବୋରିସ ଜନସନ ଇସ୍ତଫା ଦେବା ପରେ ପାଖାପାଖି ୨ ମାସ ଚାଲିଥିବା ନିର୍ବାଚନ ଆଜି ଶେଷ ହୋଇଛି ।

Related Articles

Back to top button