ମୁଣ୍ଡିଆ ମାରି ଭାବ ବିହ୍ୱଳ ହେଲେ ସୁର : ଆଜି ଥିଲା ବିଧାନସଭାରେ ତାଙ୍କ ଶେଷ ଦିନ

ଆଜି ଥିଲା ବଜେଟ ଅଧିବେଶନର ଶେଷ ଦିନ ଏବଂ ଏହା ସହ କଂଗ୍ରେସ ବିଧାୟକ ସୁରେଶ ରାଉତରାୟଙ୍କ ବିଧାନସଭାରେ ଶେଷ ଦିନ। ବିଧାନସଭା ଗୃହରୁ ସୁର ବାହାରିବା ବେଳେ ମୁଣ୍ଡିଆ ମାରି ଭାବବିହ୍ୱଳ ହୋଇପଡିଥିଲେ । ଛଳଛଳ ଆଖିରେ କହିଥିଲେ ଏହା ମୋର ଶେଷ ବିଧାନସଭା।ଆଗାମୀ ନିର୍ବାଚନ ଲଢ଼ିବେ ନାହିଁ ବୋଲି ପୂର୍ବରୁ ସେ ନିଷ୍ପତି ନେଇସାରିଛନ୍ତି । ଶେଷ ଦିନର ସୁର କହିଛନ୍ତି ଲୋକଙ୍କ ପାଇଁ କାମ କରୁଥିଲି ଆଗକୁ ବି କରିବି । ନିର୍ବାଚନ ନ ଲଢିଲେ ମଧ୍ୟ ଲୋକଙ୍କ ପାଇଁ ଯେମିତି କାମ କରୁଥିଲି କରିବି । ଜୀବନର ଶେଷ ନିଶ୍ୱାସ ପର୍ଯ୍ୟନ୍ତ କଂଗ୍ରେସରେ ରହିଥିଲି ଏବଂ ରହିବି । ତେବେ ବିଧାନସଭାକୁ ଆଉ କେବେ ଆସିପାରିବିନି ସେଥିପାଇଁ ମୋତେ ଦୁଃଖ ଲାଗୁଛି ।

Related Articles

Back to top button