ରାଜ୍ୟର କ୍ରୀଡ଼ା ସହ ଯୋଡ଼ି ହେବାକୁ ଯାଉଛି ପୁଣି ଏକ ଗୌରବମୟ ଇତିହାସ ।

ରାଜ୍ୟର କ୍ରୀଡ଼ା ସହ ଯୋଡ଼ି ହେବାକୁ ଯାଉଛି ପୁଣି ଏକ ଗୌରବମୟ ଇତିହାସ । କ୍ରିକେଟ ଖେଳକୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ ପୁରୀରେ ନିର୍ମିତ ହୋଇଛି ଶ୍ରୀ ଜଗନ୍ନାଥ କ୍ରିକେଟ ଷ୍ଟାଡିୟମ । ଗତ ୨୦୧୮ରେ ଏହି ଷ୍ଟାଡିୟମର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିବା ବେଳେ ୨୦୨୩ରେ ତା’ର ନିର୍ମାଣ କାର୍ଯ୍ୟ ସରିଥିଲା । ଷ୍ଟାଡିୟମର ପିଚ, ଆଉଟଫିଲ୍ଡ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଷ୍ଟାଣ୍ଡାଡର ରହିଥିବା ବେଳେ ୯୦ ମିଟରର ବାଉଣ୍ଡରୀ ରହିଛି । ଏଥିସହିତ ଅଭ୍ୟାସ ପାଇଁ ସ୍ୱତନ୍ତ୍ର ଗ୍ରାଉଣ୍ଡ ରହିଥିବା ବେଳେ ଖେଳାଳିଙ୍କ ପାଇଁ ଡ୍ରେସିଂ ରୁମ, ଦର୍ଶକଙ୍କ ପାଇଁ ଗ୍ୟାଲେରୀ ସୁବିଧା ରହିଛି ।

ରାଜ୍ୟର ପ୍ରଥମ ସରକାରୀ କ୍ରିକେଟ ଷ୍ଟାଡିୟମ ଭାବେ ଶ୍ରୀ ଜଗନ୍ନାଥ କ୍ରିକେଟ ଷ୍ଟାଡିୟମ ନିର୍ମାଣ କରାଯାଇଛି । ଏବେ ଏହି ଷ୍ଟାଡିୟମରେ ରାଜ୍ୟସ୍ତରୀୟ କ୍ରିକେଟ ପ୍ରତିଯୋଗିତା ଆୟୋଜିତ ହେଉଥିବା ବେଳେ ଆଗାମୀ ଦିନରେ ବିସିସିଆଇ ସେଠାରେ ରଣଜୀ ଟ୍ରଫି ସହ ବିଭିନ୍ନ ବର୍ଗର ମ୍ୟାଚ ଆୟୋଜନ କରିବାର ଲକ୍ଷ୍ୟ ରହିଛି । ଚଳିତ ମାସ ଶେଷ ଆଡ଼କୁ ଏହି ଷ୍ଟାଡିୟମ ଉଦଘାଟିତ ହେବାର ଯୋଜନା ରହିଥିବା ପୁରୀ ଜିଲ୍ଲା କ୍ରୀଡ଼ା ଅଧିକାରୀ ସୂଚନା ଦେଇଛନ୍ତି ।

Related Articles

Back to top button