
ବିବାଦୀୟ ବୟାନ ପାଇଁ କ୍ଷମା ମାଗିଲେ ସୁର ରାଉତରାୟ
ବିବାଦୀୟ ବୟାନ ପାଇଁ ଜଟଣୀ ବିଧାୟକ ତଥା କଂଗ୍ରେସ ବରିଷ୍ଠ ନେତା ସୁରେଶ କୁମାର ରାଉତରାୟଙ୍କ ନାଁରେ ଏତଲା । ନିକଟରେ ସେ ପ୍ରଭୁ ରାମଙ୍କୁ ନେଇ ଗଣମାଧ୍ୟମ ଆଗରେ ଏକ ବିବାଦୀୟ ବୟାନ ରଖିଥିଲେ। ଯାହାକୁ ନେଇ ପରେ ବିବାଦ ଦେଖାଦେଇଥିଲା। କିଛି ଲୋକ ଏନେଇ ଥାନାରେ ଏତଲା ଦେବା ସହ ବିଧାୟକ ସୁରେଶ ରାଉତରାୟ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ଦାବି କରିଥିଲେ। ତେବେ ଏ ସମ୍ପର୍କରେ ପୁନର୍ବାର ସୁରେଶ ରାଉତରାୟ ନିଜର ପ୍ରତିକ୍ରିୟା ରଖିଥିଲେ, ଯେଉଁଥିରେ ସେ ସେହି ବୟାନ ପାଇଁ କ୍ଷମା ପ୍ରାର୍ଥନା କରିଥିଲେ।
ଏଠାରେ କହି ରଖୁ ଯେ, ସୋସିଆଲ ମିଡ଼ିଆ ତଥା ଗଣମାଧ୍ୟମରେ ସବୁବେଳେ ବିଧାୟକ ସୁରେଶ କୁମାର ରାଉତରାୟ ଚର୍ଚ୍ଚାରେ ରହିଥା’ନ୍ତି। ଏବଂ ଭିଭିନ୍ନ ପ୍ରସଙ୍ଗରେ ସେ ସବୁବେଳେ ନିଜର ପ୍ରତିକ୍ରିୟା ରଖିଥାନ୍ତି। ତେବେ ନିକଟରେ ଏକ ପ୍ରସଙ୍ଗରେ ପ୍ରତିକ୍ରିୟା ରଖୁଥିବା ବେଳେ ଏଥିରେ ସେ ପ୍ରଭୁ ରାମଙ୍କୁ ନେଇ ଏକ ବିବାଦୀୟ ବୟାନ ଦେଇଥିଲେ। ଯାହା ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହୋଇଥିବା ବେଳେ ବିଧାୟକ ସୁରଙ୍କୁ ନାପସନ୍ଦ କରାଯାଇଥିଲା।