ସ୍ୱସ୍ତି ସିଂ ପାଇବେ ଏକଲବ୍ୟ ପୁରସ୍କାର

ଭୁବନେଶ୍ୱର: ଆନ୍ତର୍ଜାତୀୟ ସାଇକ୍ଲିଷ୍ଟ ସ୍ୱସ୍ତି ସିଂ ୩୦ତମ ଏକଲବ୍ୟ ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛନ୍ତି । ୨୦୨୨ ସଂସ୍କରଣ ପାଇଁ ଏହି ପୁରସ୍କାର ପ୍ରଦାନ କରାଯିବ । ସେ ଓଡିଶା ପକ୍ଷରୁ ପ୍ରତିନିଧିତ୍ୱ କରି ୨ଟି ସ୍ୱର୍ଣ୍ଣ ଏବଂ ସମାନ ସଂଖ୍ୟକ ରୌପ୍ୟ ପଦକ ହାସଲ କରିଛନ୍ତି । ରବିବାର ଏ ନେଇ ଆୟୋଜିତ ଏକ ବୈଠକରେ ଏହା ଚୂଡାନ୍ତ କରାଯିବ । ସ୍ୱସ୍ତିଙ୍କୁ ୫ ଲକ୍ଷ ଟଙ୍କା ପୁରସ୍କାର ଓ ସ୍ମାରକୀ ପ୍ରଦାନ କରାଯିବ । ଏହି ଅବସରରେ ମହିଳା ଫୁଟବଲ ଖେଳାଳି ପ୍ୟାରୀ ଖାଖା ଓ ହକି ଖେଳାଳି ଶିଲାନ୍ଦା ଲାକ୍ରାଙ୍କୁ ସମ୍ମାନୀତ କରାଯିବ । ସେମାନଙ୍କୁ ୫୦ ହଜାର ଟଙ୍କା ଓ ସ୍ମାରକୀ ପ୍ରଦାନ କରାଯିବ ।

Related Articles

Back to top button