ଦାଦାବଟି ବିରୋଧରେ କମିଶନରେଟ୍ ପୋଲିସ ଆକ୍ସନମୋଡ଼ରେ

ଭୁବନେଶ୍ୱର: ପାଖେଇ ଆସୁଛି ପାର୍ବଣ । ତା’ପୂର୍ବରୁ ଆକ୍ସନମୋଡକୁ ଆସିଛି କମିଶନ୍‌ରେଟ୍‌ ପୋଲିସ । ଦାଦାବଟିକୁ ବିରୋଧ ସାଙ୍ଗକୁ ଆର୍ମ୍ସ ଆକ୍ଟରେ ଅପରାଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଉଛି କମିଶନରେଟ୍ ପୋଲିସ ।

ତେବେ ଗତ  ଜାନୁଆରୀ ୧ ରୁ ଅଗଷ୍ଟ ୩୧ ମଧ୍ୟରେ ୧୦ଟି ମାମଲା ରୁଜୁ ହୋଇଛି । ଏଥିସହ ୮ଟି ଦେଶୀ ବନ୍ଧୁକ, ଗୋଟିଏ ରାଇଫଲ ଜବତ ହୋଇଛି । ମୋଟ ୧୦ ଟି କେସରେ ୧୭ ଜଣଙ୍କୁ ବାନ୍ଧିଛି କମିଶନରେଟ୍‌ ପୋଲିସ । ଲୋକଙ୍କ ସୁରକ୍ଷା କମିଶନରେଟ ପୋଲିସର ପ୍ରାଥମିକତା । ଆଗକୁ ଏହି ଅପରେସନକୁ ଜୋରଦାର କରାଯିବ ବୋଲି ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ ସୂଚନା ଦେଇଛନ୍ତି ।

Related Articles

Back to top button