ଜାଡ଼ରେ ଥରୁଛି ଓଡ଼ିଶା, ୧୧ଟି ସ୍ଥାନରେ ରାତ୍ରିକାଳୀନ ତାପମାତ୍ରା ୧୦ ଡିଗ୍ରୀ ତଳେ

ଭୁବନେଶ୍ୱର: ପ୍ରବଳ ଜାଡ଼ରେ ଥରୁଛି ଓଡ଼ିଶା। ଗୋଟିଏ ଦିନରେ ତାପମାତ୍ରା ୨ରୁ ୪.୬ ଡିଗ୍ରୀ ଖସିଛି। ରବିବାର ରାତିରେ କନ୍ଧମାଳର ଜି. ଉଦୟଗିରିରେ ତାପମାତ୍ରା ୫ ଡିଗ୍ରୀକୁ ଖସି ଆସିଛି। ଯାହା ଶନିବାର ରାତିରେ ଥିଲା ୭ ଡିଗ୍ରୀ। ସେହିପରି କୋରାପୁଟ ଜିଲ୍ଲାର ସେମିଳିଗୁଡାରେ ରାତିରେ ତାପମାତ୍ରା ୭ ଡିଗ୍ରୀ ରହିଛି। ଯାହା ଦିନକ ପୂର୍ବରୁ ୧୧.୬ ଡିଗ୍ରୀ ଥିଲା। ଅର୍ଥାତ ୨୪ ଘଣ୍ଟା ମଧ୍ୟରେ ତାପମାତ୍ରା ୨ ଡିଗ୍ରୀରୁ ୪.୬ ଡିଗ୍ରୀକୁ ଖସି ଆସିଛି।

ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ୧୧ଟି ସ୍ଥାନରେ ରାତ୍ରିକାଳୀନ ତାପମାତ୍ରା ୧୦ ଡିଗ୍ରୀରୁ କମ୍ ରେକର୍ଡ ହୋଇଛି। ରାତି ତାପମାତ୍ରା ଯାହା ରହିବା କଥା ତାଠୁ କମ୍ ରହିଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଏଚ.ଆର ବିଶ୍ବାସ କହିଛନ୍ତି, ଉତ୍ତର ଭାରତ ପଟୁ କାଲୁଆ ପବନ ପ୍ରବାହିତ ହେଉଛି। ଏହି କାରଣରୁ ରାଜ୍ୟରେ ପାରଦ ଖସୁଛି। ଏଭଳି ସ୍ଥିତି ଆହୁରି ୩-୪ ଦିନ ଯାଏ ଜାରି ରହିବ। ଏହାପରେ ପୁଣିଥରେ ତାପମାତ୍ରା ବଢିପାରେ।

Related Articles

Back to top button