ପ୍ରତାପ ନନା ଲଢ଼ିବେ ବାଲେଶ୍ଵର ନିର୍ବାଚନ: ଅଶ୍ଵିନୀ ବୈଷ୍ଣବ

ଅଶ୍ୱିନୀ ବୈଷ୍ଣବ ବାଲେଶ୍ୱରରୁ ଲୋକ ସଭା କ୍ଷେତ୍ରରୁ ନିର୍ବାଚନ ଲଢ଼ିବେ ବୋଲି ଚର୍ଚ୍ଚା ଜୋର୍ ଧରିଥିଲା । କିନ୍ତୁ ଏହି ଚର୍ଚ୍ଚାକୁ ଖଣ୍ଡନ କଲେ କେନ୍ଦ୍ର ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ । ଏବେ ବାଲେଶ୍ବର ଗସ୍ତ ଅବସରରେ ସାମ୍ବାଦିକଙ୍କ ଏକ ପ୍ରଶ୍ନରେ ବାଲେଶ୍ୱରରୁ ନିର୍ବାଚନ ଲଢ଼ିବା ଚର୍ଚ୍ଚାକୁ ରେଳମନ୍ତ୍ରୀ ଖଣ୍ଡନ କରିଛନ୍ତି । କହିଛନ୍ତି, ମୁଁ ଲଢ଼ିବି ନାହିଁ, ଏଠାରେ ପ୍ରତାପ ନନା ଅଛନ୍ତି । ଅର୍ଥାତ ପ୍ରତାପ ଷଡ଼ଙ୍ଗୀ ଏଠାରେ ଅଛନ୍ତି ବୋଲି କହିଛନ୍ତି ଅଶ୍ବିନୀ ବୈଷ୍ଣବ ।ଅଶ୍ଵିନୀଙ୍କ ବୟାନକୁ ନେଇ ଏବେ ସାରା ରାଜ୍ୟରେ ରାଜନୈତିକ ଚର୍ଚ୍ଚା ଆରମ୍ଭ ହୋଇଛି । ଅଶ୍ଵିନୀଙ୍କୁ ନେଇ ବହୁ ଚର୍ଚ୍ଚା ଆରମ୍ଭ ହୋଇଥିଲା କି ଅଶ୍ଵିନୀ ବାଲେଶ୍ବରରୁ ଲଢ଼ିବେ ବୋଲି । ଏକଥା ବାଲେଶ୍ଵର ରାଜନୀତି ସହିତ ପୁରା ରାଜ୍ୟରେ ଚର୍ଚ୍ଚା ହେଉଥିଲା ।

ବାଲେଶ୍ୱର ରେଳଷ୍ଟେସନକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ ରେଳମନ୍ତ୍ରୀ। ତା’ସହ ବାଲାଶ୍ୱର ପରିବର୍ତ୍ତେ ବାଲେଶ୍ୱର ଲେଖିବାକୁ ଡିଆରଏମଙ୍କୁ ନିର୍ଦ୍ଦେଶ ଦେଇଥିଲେ । ତାପରେ ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ସହ ଝାଡେଶ୍ୱର ଶିବ ମନ୍ଦିରକୁ ଯାଇ ସେବା ପୂଜା କରିଥିଲେ। ଏହାପରେ ପରେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଲାଇଫ ସପୋର୍ଟ ଆମ୍ବୁଲାନ୍ସ ଦାନ କରିଥିଲେ ଅଶ୍ୱିନୀ ବୈଷ୍ଣବ। ଶେଷରେ AIIMS ସାଟେଲାଇଟ ହସ୍‌ପିଟାଲ ଯାଇ ପରିଦର୍ଶନ କରିଥିଲେ ।

Related Articles

Back to top button