ଭୁବନେଶ୍ୱରରେ ଓଡିଆ ଯବାନଙ୍କ ପାର୍ଥିବ ଶରୀର

ଆଜି ଜନ୍ମମାଟିରେ ପହଞ୍ଚିବ ସହିଦ ଓଡ଼ିଆ ଯବାନ ସରୋଜ କୁମାର ଦାସଙ୍କ ପାର୍ଥିବ ଶରୀର । ଭୁବନେଶ୍ୱର ବିମାନବନ୍ଦରରେ ସହିଦଙ୍କ ପ୍ରାର୍ଥିବ ଶରୀର ପହଞ୍ଚିବା ପରେ ଗାର୍ଡ ଅଫ୍ ଅନର୍ ଦିଆଯାଇଛି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନୟକ ପହଞ୍ଚି ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଏହା ପରେ ସ୍ୱତନ୍ତ୍ର କରିଡରରେ ଢେଙ୍କାନାଳ ଜିଲ୍ଲପାଳଙ୍କ କାର୍ଯ୍ୟାଳୟକୁ ନିଆଯିବ । ସେଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯିବା ପରେ ପ୍ରାର୍ଥିବ ଶରୀରକୁ ଏକ ଶୋଭାଯାତ୍ରାରେ କେନ୍ଦୁଢିପ ଗାଁକୁ ଯିବ । ଜନ୍ମମାଟିରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ କରାଯିବ ।

ସିକ୍କିମରେ ଆସିଥିବା ପ୍ରଳୟଙ୍କାରୀ ବନ୍ୟାରେ ଭାସିଯାଇଥିଲେ ୨୨ ଜଣ ଯବାନ । ଏମାନଙ୍କ ମଧ୍ୟରେ ଥିଲେ ଓଡ଼ିଆ ଯବାନ ସରୋଜ ଦାଶ । ତାଙ୍କ ସହ କୌଣସି ଯୋଗାଯୋଗ ହୋଇପାରିନଥିଲା । ଗୁୁରୁବାର ଦିନ ବଡ଼ଭାଇଙ୍କ ମୋବାଇଲକୁ ଉଦ୍ଧାର ୫ ଯବାନଙ୍କ ମୃତଦେହର ଫଟୋ ଆସିଥିଲା । ସେଥିରୁ ଭାଇ ମନୋଜ ସରୋଜଙ୍କୁ ଚିହ୍ନଟ କରିଥିଲେ । ଏହା ପରେ ଘରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ଗତ ଫେବ୍ରୁଆରୀ ମାସରେ ବିବାହ କରିଥିଲେ ସରୋଜ ।

Related Articles

Back to top button