ବିଜୟଙ୍କ ବାହାଘର ବିରୋଧରେ ଲିଖିତ ଅଭିଯୋଗ କଲେ ପ୍ରେମିକା ସୋମାଲିକା

ବଢିଲା ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ଅଡ଼ୁଆ। ଅନ୍ୟତ୍ର ବିବାହ ପାଇଁ ବିଧାୟକ ବିଜୟ ଶଙ୍କର ଦାସଙ୍କ ଆବେଦନ ପରେ କଟକ ସବ୍ ରେଜିଷ୍ଟ୍ରୀ ଅଫିସରେ ପହଞ୍ଚିଛନ୍ତି ପ୍ରେମିକା ସୋମାଲିକା । ଅନ୍ୟ ଯୁବତୀଙ୍କୁ ବିବାହ ପାଇଁ ବିଜୟଶଙ୍କର ଆବେଦନ କରିବା ପରେ ଲିଖିତ ଅଭିଯୋଗ କରିଛନ୍ତି ସୋମାଲିକା ।

ବିଜୟଙ୍କ ବିବାହ ଆବେଦନ ଉପରେ ଲିଖିତ ଅଭିଯୋଗ କରିଥିବା କହିଛନ୍ତି ସୋମାଲିକା । ମୋତେ ନ୍ୟାୟ ଦରକାର, ଦେଖିବା ପୋଲିସ କ’ଣ ପଦକ୍ଷେପ ନେଉଛନ୍ତି । ଲୁଚିଛପି ଏଭଳି କରିଛନ୍ତି ବିଜୟ । ଏସମ୍ପର୍କରେ ମିଡିଆରୁ ଜାଣିଲି । ସେ ବିଧାୟକ, ତାଙ୍କ ପାର୍ଟି ପାୱାରରେ ଅଛି, ସେଥିପାଇଁ ଆକ୍ସନ ହେଉନି । ପାର୍ଟି ପାୱାର ପାଇଁ ପୋଲିସ ତାଙ୍କୁ ଡାକୁନି କି ଗିରଫ କରୁନି । ପୋଲିସ ବାରମ୍ବାର ମୋତେ ଡାକୁଛି, କିନ୍ତୁ ବିଜୟଙ୍କୁ ଦିନେ ହେଲେ ଡାକୁନି । ପୋଲିସ ମୋତେ ବହୁତ ହାରାସ୍‌ କରୁଛି, ମୁଁ ଡିପ୍ରେସନକୁ ଆସିଗଲିଣି ବୋଲି କହିଛନ୍ତି ସୋମାଲିକା ।

Related Articles

Back to top button