ଲାଞ୍ଚ ନେବା ସମୟରେ ଟଙ୍କା ସହ ଧରାପଡ଼ିଲେ ମୁଖ୍ୟ କିରାଣୀ

ଦେବଗଡ଼: ଲାଞ୍ଚ ନେବା ସମୟରେ ଧରାପଡିଲେ ତହସିଲ କାର୍ଯ୍ୟାଳୟର ମୁଖ୍ୟ କିରାଣୀ।  ମଙ୍ଗଳବାର ଜଣେ ଜମି ପଟ୍ଟା ଆବେଦନକାରୀଙ୍କ ଠାରୁ ପାଞ୍ଚ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବାରକୋଟ ତହସିଲର ମୁଖ୍ୟ କିରାଣୀ ରାଜ କିଶୋର କାଲୋ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ।

କାଳିଆପାଳ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ  ଚାଖୁଣ୍ଡା ଗ୍ରାମର କରମ ସିଂହ ମୁଣ୍ଡା ନାମକ ଜଣେ ଆବେଦନକାରୀଙ୍କ ନାମରେ ଜମିର ପଟ୍ଟା କରିଦେବାକୁ ପାଞ୍ଚ ହଜାର ଟଙ୍କା ଲାଞ୍ଚ ନେଉଥିଲେ ମୁଖ୍ୟ କିରାଣୀ। ଭିଜିଲାନ୍ସ ଡିଏସପିଙ୍କ ନେତୃତ୍ଵରେ ପୂର୍ବରୁ ଛକି ବସିଥିବା ସ୍ଵତନ୍ତ୍ର ଟିମ ଅଭିଯୁକ୍ତ ମୁଖ୍ୟ କିରାଣୀ ରାଜ କିଶୋରଙ୍କୁ ରଙ୍ଗ ବୋଳା ଟଙ୍କା ସହ ଧରିଥିଲେ। ଏହି ଘଟଣା ପରେ ଅଭିଯୁକ୍ତ ହେଡକ୍ଲର୍କଙ୍କୁ ନେଇ ଭିଜିଲାନ୍ସ ଟିମ ଅଧିକ ପଚରାଉଚୁରା କରୁଛନ୍ତି । ସେହିପରି ବାରକୋଟ ତହସିଲ କାର୍ଯ୍ୟାଳୟରେ ଏ ସମ୍ପର୍କରେ ଅଧିକ ତଦନ୍ତ ଜାରି ରଖାଯାଇଛି । ଭିଜିଲାନ୍ସ ପୋଲିସ୍ ମୁଖ୍ୟ କିରାଣୀଙ୍କ ବିରୋଧରେ ଭାରତୀୟ ଦଣ୍ଡ ସଂହିତା ୨୦୧୮ ଆକ୍ଟ ଆଧାରରେ କେସ୍ ରୁଜୁ ଆଗାମୀ  ତଦନ୍ତ ଜାରି ରଖିଛି।

Related Articles

Back to top button