ଆଜି ନିମାପଡ଼ା ନିର୍ବାଚନମଣ୍ଡଳୀରେ ବିଶାଳ ରୋଡ୍‌ ଶୋ’ରେ ଯୋଗଦେବେ ମୁଖ୍ୟମନ୍ତ୍ରୀ

ଆଜି ନିମାପଡ଼ା ନିର୍ବାଚନମଣ୍ଡଳୀରେ ବିଶାଳ ରୋଡ୍‌ ଶୋ’ରେ ମୁଖ୍ୟମନ୍ତ୍ରୀ ଯୋଗଦେବେ। ବୁଧବାର ଅପରାହ୍ଣ ସାଢ଼େ ୫ଟାରେ ହେଲିକପ୍ଟର ଯୋଗେ ଭୁବନେଶ୍ୱରରୁ ବାହାରି ନିମାପଡ଼ାରେ ପହଞ୍ଚିବେ।ଏହା ପରେ ଗୁଲୁଗୁଲା ଛକରୁ ମୁଖ୍ୟମନ୍ତ୍ରୀଙ୍କ ରୋଡ୍‌ ଶୋ’ ଆରମ୍ଭ ହେବ। ଏହା ପରେ ଏଚ୍‌‌ଡିଏଫ୍‌‌ସି ଛକ ଓ ପରେ ନିମାପଡ଼ା ପୁରୁଣା ବସ୍‌‌ଷ୍ଟାଣ୍ଡ, ଜୟଶ୍ରୀ ଛକ, ବମ୍ବେ ଡାବା ଛକରେ ଆୟୋଜିତ ଜନସଭାକୁ ମୁଖ୍ୟମନ୍ତ୍ରୀ ସମ୍ବୋଧିତ କରିବେ। ସଂଧ୍ୟା ୭.୩୦ରେ ରୋଡ୍‌ ଶୋ’ ଶେଷ କରି ସଡ଼କ ପଥରେ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିବେ।

ନବୀନଙ୍କ ରୋଡ ଶୋ ବେଳେ ଦଳୀୟ ପ୍ରାର୍ଥୀଙ୍କୁ ଯୋଡି ଶଙ୍ଖରେ ଭୋଟ ଦେଇ ଜୟଯୁକ୍ତ କରିବାକୁ ଅପିଲ କରିବେ ମୁଖ୍ୟମନ୍ତ୍ରୀ। ରୋଡ ଶୋ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ନବୀନଙ୍କ ଗସ୍ତକୁ ନେଇ ବିପୁଳ ଜନସମାଗମ ସୃଷ୍ଟି ହେବାର ସମ୍ଭାବନା ରହିଛି । ସମସ୍ତ ସ୍ଥାନରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ନବୀନଙ୍କ ଝଲକ ପାଇଁ ପ୍ରବଳ ଜନସମାଗମ ହେବାର ସମ୍ଭାବନା ରହିଛି।

Related Articles

Back to top button