ଚାଲିଛି ରଥ ନିର୍ମାଣ କାର୍ଯ୍ୟ, ରଥର ବସି ବିଜେ ପ୍ରଭୁ ଲିଙ୍ଗରାଜ

ଆଉ ମାତ୍ର ଦିନ କେଇଟା ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ରୁକୁଣା ରଥଯାତ୍ରା । ଚଳଚଞ୍ଚଳ ରଥଖଳା। ଚାଲିଛି ରଥ ନିର୍ମାଣ କାର୍ଯ୍ୟ। ରଥର ବସି ବିଜେ ପ୍ରଭୁ ଲିଙ୍ଗରାଜ । ରଥଯାତ୍ରାର ଦୁଇଦିନ ପୂର୍ବରୁ ରଥ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ପାଇଁ ମନ୍ଦିର ପ୍ରଶାସନର ନିର୍ଦ୍ଦେଶ। ଏହାକୁ ଆଖିରେ ରଖି ରଥଖଳାରେ ପ୍ରାୟ ୬୦ ଜଣ କାରିଗର ମହାପ୍ରଭୁ ଲିଙ୍ଗରାଜଙ୍କ ନିକଟରେ ନିଜକୁ ସମର୍ପି ଦିନରାତି ରଥ ଗଢ଼ିବାରେ ଲାଗିଛନ୍ତି। ପ୍ରଥମେ ରଥର ଚକ ନିର୍ମାଣ କରାଯାଇଛି। ମହାରଣା ସେବାୟତ ଗୋଟିଏ ଗୋଟିଏ ଚକ ପାଇଁ ୮ଟି ଲେଖାଏ ‘ଅର’ ତିଆରି କରିଛନ୍ତି।

ଟାଣଖରା ଓ ଗ୍ରୀଷ୍ମ ଲହରୀକୁ ଖାତିର ନକରି ମହାରଣା ସେବାୟତ କାମ ଜାରି ରଖିଛନ୍ତି। ହେଲେ ସେମାନଙ୍କ ପାଇଁ ପ୍ରଶାସନ ପକ୍ଷରୁ ଆବଶ୍ୟକ ବ୍ୟବସ୍ଥା କରାଯାଇନାହିଁ ବୋଲି ଅଭିଯୋଗ ହୋଇଛି।

Related Articles

Back to top button