ଲୋକନାଥ ମନ୍ଦିର ବିକାଶ ପାଇଁ ୨୮ କୋଟି ଟଙ୍କା ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ

ପୁରୀ: ଶ୍ରୀଲୋକନାଥ ମନ୍ଦିର ବିକାଶ ପାଇଁ ୨୮ କୋଟି ଟଙ୍କାକୁ ଅନୁମୋଦନ କରାଯାଇଛି । ଉନ୍ନତୀକରଣ ପାଇଁ ୨୮ କୋଟିକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭର୍ଚୁଆଲରେ ସେବାୟତଙ୍କ ସହ ଆଲୋଚନା ପରେ ପ୍ରକଳ୍ପ ପାଇଁ ମଞ୍ଜୁରି ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହା ସହ ଅଲାରନାଥ ମନ୍ଦିରର ବିକାଶ ପାଇଁ ୮ କୋଟି ଟଙ୍କା ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ତେବେ ଗତ ୧୯ ତାରିଖ ସନ୍ଧ୍ୟାରେ ଲୋକନାଥ ମନ୍ଦିର ପରିଦର୍ଶନ କରିଥିଲେ ୫ଟି ସଚିବ ଭିକେ ପାଣ୍ଡିଆନ୍ । ଲୋକନାଥ ମନ୍ଦିରର ସୌନ୍ଦଯ୍ୟକରଣ ସହ ପରିସର ବୃଦ୍ଧି କରାଯିବ ବୋଲି ଆଲୋଚନା କରିଥିଲେ । ଲୋକନାଥ ମନ୍ଦିର ପରିସର ୧୪ ଏକରକୁ ବୃଦ୍ଧି କରାଯିବ ବୋଲି ଆଲୋଚନା କରାଯାଇଥିଲା । ଏଥିସହ ଲୋକନାଥ ମନ୍ଦିରରୁ ଶ୍ରୀମନ୍ଦିରକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାର ବିକାଶ କରାଯିବ। ମନ୍ଦିର ନିକରଟରେ ପାର୍କିଂ ସ୍ଥଳ, ଯାତ୍ରୀ ନିବାସ ତିଆରି କରାଯିବ। ମନ୍ଦିରର ଉନ୍ନତିକରଣ ପାଇଁ ଜମି ଅଧିଗ୍ରହଣ ସମସ୍ୟା ହେବ ନାହିଁ। ଏଥିସହ ସେବାୟତଙ୍କ ଦୀର୍ଘଦିନର ଦାବି ପୂରଣ ହେବ ବୋଲି ସେମାନେ ଆଲୋଚନା କରିଥିଲେ ।

Related Articles

Back to top button