ଓଡ଼ିଆ ଟେଲି ଅଭିନେତ୍ରୀ ରାଜେଶ୍ୱରୀଙ୍କ ଦେହାନ୍ତ

ଭୁବନେଶ୍ୱର: ପରଲୋକରେ ଓଡ଼ିଆ ଟେଲି ଅଭିନେତ୍ରୀ ରାଜେଶ୍ୱରୀ ରାୟ ମହାପାତ୍ର। ବୁଧବାର ବିଳମ୍ବିତ ରାତିରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

୨୦୧୯ରେ ମସ୍କିଷ୍କ ଏବଂ ଫୁସ୍‌ଫୁସ୍‌ କ୍ୟାନ୍‌ସରରେ ପୀଡ଼ିତ ଥିବା ନେଇ ରାଜେଶ୍ୱରୀ ଫେସ୍‌ବୁକ୍‌ ପୃଷ୍ଠାରେ ସୂଚନା ଦେଇଥିଲେ। ଏହାପରେ ତାଙ୍କର ଚିକିତ୍ସା ଜାରି ରହିଥିବା ବେଳେ ସୁସ୍ଥ ହୋଇ ଆସୁଥିଲେ। ଦୀର୍ଘଦିନ ଧରି ଲଢ଼େଇ କରୁଥିଲେ ହେଁ ବୁଧବାର ରାତିରେ ସେ ଅସୁସ୍ଥ ହୋଇ ପଡ଼ିଥିଲେ। ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ଦେହାନ୍ତ ହୋଇଥିବା ସୂଚନା ମିଳିଛି।

ତେବେ ରାଜେଶ୍ୱରୀ ଏକାଧିକ ଓଡ଼ିଆ ଧାରାବାହିକରେ ଅଭିନୟ କରି ପ୍ରଶଂସା ସାଉଁଟିଥିଲେ । ଚଳଚ୍ଚିତ୍ର ‘ସତ୍ୟମେବ ଜୟତେ’, ‘ଆରେ ସାଥୀ ଆ’, ‘ବ୍ଲାକ୍‌ମେଲ’ରେ ସେ ପ୍ରଶଂସନୀୟ ଅଭିନୟ କରିଥିଲେ। ସେହିପରି ଧାରାବାହିକ ‘ଉଆଁସୀ କନ୍ୟା’, ‘ବସୁନ୍ଧରା’, ‘ସଂସ୍କାର’, ‘ସ୍ବାଭିମାନ’, ‘ଦେବୀ’ଆଦିରେ ତାଙ୍କ ଅଭିନୟ ଦର୍ଶକଙ୍କୁ ବେଶ ପସନ୍ଦ ଆସିଥିଲା। ଧାରାବାହିକ ଉଆଁସି କନ୍ୟାରେ ଅଳକା ଚରିତ୍ରରେ ସେ ଅଭିନୟ କରି ସେ ଘରେ ଘରେ ପରିଚିତ ଥିଲେ। ବିଶେଷତଃ ଖଳନାୟିକା ଚରିତ୍ର ପାଇଁ ରାଜେଶ୍ୱରୀ ଖୁବ ଲୋକପ୍ରିୟତା ଅର୍ଜନ କରିଥିଲେ।

Related Articles

Back to top button