ନିର୍ବାଚନ ଆୟୋଗ ୮ ଜଣ ଆଇଏଏସ ଓ ଆଇପିଏସ ଅଧିକାରୀଙ୍କୁ ବଦଳି ନିର୍ଦ୍ଦେଶ ଦେଇଛନ୍ତି

ଆସନ୍ତା ମାସ ୧୯ ତାରିଖରୁ ଦେଶରେ ୭ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ଆରମ୍ଭ ହେବ । ସେହିପରି ମେ ୧୩ରୁ ୪ଟି ପର୍ଯ୍ୟାୟରେ ଓଡ଼ିଶାରେ ମତଦାନ ଗ୍ରହଣ କରାଯିବ । ତେବେ ନିର୍ବାଚନକୁ ଶାନ୍ତି ଶୃଙ୍ଖଳା ସହିତ ସମାପନ କରିବା ପାଇଁ ଭାରତୀୟ ନିର୍ବାଚନ ଆୟୋଗ (ଇସିଆଇ) ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରୁଛନ୍ତି । ଏହା ମଧ୍ୟରେ ନିର୍ବାଚନ ଆୟୋଗ ୮ ଜଣ ସର୍ବଭାରତୀୟ ପ୍ରଶାସନିକ ସେବା (ଆଇଏଏସ) ଓ ସର୍ବଭାରତୀୟ ପୋଲିସ ସେବା (ଆଇପିଏସ) ଅଧିକାରୀଙ୍କୁ ନିର୍ବାଚନ କାମ ନଥିବା ସ୍ଥାନକୁ ବଦଳି ନିର୍ଦ୍ଦେଶ ଦେଇଛନ୍ତି ।

ଏହି ବଦଳି ତାଲିକାରେ ୨ ଜିଲ୍ଲାପାଳ ଓ ୫ ଜଣ ଏସପିଙ୍କ ନାମ ରହିଛି । କଟକ ଜିଲ୍ଲାପାଳ, ବିନୀତ ଭରଦ୍ୱାଜ, ଜଗତସିଂହପୁର ଜିଲ୍ଲାପାଳ ପାରୁଲ ପଟୱାରୀ, ଅନୁଗୁଳ ଏସପି ସୁଧାଂଶୁ ଶେଖର ମିଶ୍ର, ବ୍ରହ୍ମପୁର ଏସପି ସରଭଣା ବିବେକ ଏମ, ଖୋର୍ଦ୍ଧା ଏସପି ଯୁଗଳ କିଶୋର ବାନୋଥ, ରାଉରକେଲା ଏସପି ମିତ୍ରଭାନୁ ମହାପାତ୍ର, ସୁନ୍ଦରଗଡ଼ ଏସପି କନୱର ବିଶାଳ ସିଂହ, ଓ କେନ୍ଦ୍ରାଞ୍ଚଳ ଆଇଜି ଆଶିଷ କୁମାର ସିଂହଙ୍କ ନାମ ରହିଛି । ଏପ୍ରିଲ ୨ ତାରିଖ ସନ୍ଧ୍ୟା ୫ଟା ସୁଦ୍ଧା ଏହି ସମସ୍ତ ଅଧିକାରୀଙ୍କ ବଦଳରେ ନିଯୁକ୍ତି ପାଇଁ ପ୍ରତ୍ୟେକ ସ୍ଥାନ ପାଇଁ ୩ ଜଣ ଯୋଗ୍ୟ ଅଧିକାରୀଙ୍କ ନାମ ଦେବା ପାଇଁ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି ।

Related Articles

Back to top button