ଆତିଶି କହିଲେ ଆଗକୁ ଆଉ ୪ ନେତା ହେବେ ଗିରଫ

କେଜ୍ରିୱାଲ ସରକାରରେ ମନ୍ତ୍ରୀ ଥିବା ଆତିଶି ବିଜେପି ନାଁରେ ସାଂଘାତିକ ଅଭିଯୋଗ ଆଣିଛନ୍ତି । ଆତିଶି କହିଛନ୍ତି, ସମ୍ପର୍କୀୟଙ୍କ ଜରିଆରେ ବିଜେପିରେ ସାମିଲ ହେବାକୁ ଅଫର ଦିଆଯାଉଛି । ଆଗାମୀ କିଛି ଦିନରେ ଆପର ଆଉ କିଛି ନେତାଙ୍କୁ ମଧ୍ୟ ଗିରଫ କରାଯିବ । ପ୍ରଧାନମନ୍ତ୍ରୀ ଓ ବିଜେପି ମନସ୍ଥିର କରି ସାରିଛନ୍ତି ଆପକୁ ବୁଡାଇବେ ଏବଂ ଆପ୍ ନେତାଙ୍କ ରାଜନୈତିକ କ୍ୟାରିୟର ସମାପ୍ତ କରିବେ ।

ସାମ୍ବାଦିକ ସମ୍ମିଳନୀରେ ଆତିଶି କହିଛନ୍ତି, ଆପର ବରିଷ୍ଠ ନେତାଙ୍କୁ ଜେଲରେ ଭର୍ତ୍ତି କରାଯାଇଛି । ଆଗକୁ ଆହୁରି ନେତାଙ୍କୁ ମଧ୍ୟ ଜେଲରେ ଭର୍ତ୍ତି କରିବ । ମୋ ବାସଭବନ ଏବଂ ସମ୍ପର୍କୀୟଙ୍କ ବାସଭବନରେ ମଧ୍ୟ ଇଡି ରେଡ୍ ହେବ । ଆମକୁ ସମନ ପଠାଯିବ ଏବଂ ଗିରଫ ମଧ୍ୟ କରାଯିବ । ଲୋକସଭା ନିର୍ବାଚନ ପୂର୍ବରୁ ଆପର ଆଉ ୪ ନେତାଙ୍କୁ ଗିରଫ କରିବାକୁ ବିଜେପି ଲକ୍ଷ୍ୟ ରଖିଛି । ମୋ ସହ ସୌରଭ ଭରଦ୍ୱାଜ, ଦୁର୍ଗେଶ ପାଠକ, ରାଘବଙ୍କୁ ମଧ୍ୟ ଗିରଫ କରାଯିବ । କିନ୍ତୁ ମୁଁ ବିଜେପି ନେତାଙ୍କୁ କହିଦେବାକୁ ଚାହୁଁଛି ଯେ, ଆମେ ଆପଣଙ୍କ ଧମକକୁ ଡରିଯିବା ଲୋକ ନୁହେଁ । ଯେତେବେଳେ ପର୍ଯ୍ୟନ୍ତ ଆପ କାର୍ଯ୍ୟକର୍ତ୍ତାଙ୍କ ଶେଷ ନିଶ୍ୱାସ ଚାଲିଥିବ ସେତେବେଳେ ଯାଏଁ କେଜ୍ରିୱାଲଙ୍କ ନେତୃତ୍ୱରେ ଦେଶକୁ ବଞ୍ଚାଇବାକୁ ପ୍ରୟାସ ଜାରି ରଖିବୁ । ଆପର ପ୍ରତିଟି ବିଧାୟକ ଓ କାର୍ଯ୍ୟକର୍ତ୍ତାଙ୍କୁ ଜେଲରେ ଭର୍ତ୍ତି କଲେ ମଧ୍ୟ ସେମାନଙ୍କ ବଦଳରେ ଆଉ ୧୦ ଜଣ ଲେଖାଏଁ ଲୋକ ଏହି ଲଢେଇ ଲଢିବାକୁ ସାମ୍ନାକୁ ଆସିବେ ।

ମଦ ନୀତି ଘୋଟାଲା ମାମଲାରେ ଆତିଶିଙ୍କ ନାଁ ସାମ୍ନାକୁ ଆସିବା ପରେ ଆତିଶି କହିଛନ୍ତି, ଇଡି ଜାଣିଶୁଣି ସୌରଭ ଓ ମୋ ନାଁ କୋର୍ଟ ରୁମରେ ନେଇଛନ୍ତି । କିନ୍ତୁ ଏହି ବୟାନ ଦୀର୍ଘ ଦେଢ ବର୍ଷ ପୂର୍ବରୁ ଇଡି ଓ ସିବିଆଇ ପାଖରେ ଥିଲା । ଏପରିକି ଇଡି ଓ ସିବିଆଇର ଚାର୍ଜସିଟରେ ମଧ୍ୟ ମୋ ନାଁ ରହିଥିଲା । ତେଣୁ ଏବେ ଏହି କଥା ପୁଣିଥରେ ଉଠାଇବାର ମାନେ କଣ ବୋଲି ପଚାରିଛନ୍ତି ଆତିଶି ।

Related Articles

Back to top button