ସୋର ବିଧାନସଭା ପ୍ରାର୍ଥୀ ବଦଳାଇଛି ବିଜେପି

ସୋମବାର ସରିଛି ପ୍ରଥମ ପର୍ଯ୍ୟାୟ ନିର୍ବାଚନ । ଆଉ ଆଜି ବିଜେପି ସୋର ବିଧାନସଭା ପ୍ରାର୍ଥୀ ବଦଳାଇଛି । ରାଜୁ ଦାସଙ୍କୁ ପରିବର୍ତ୍ତନ କରି ପର୍ଶୁରାମ ଧଡ୍ଡାଙ୍କୁ ବିଜେପି ପ୍ରାର୍ଥୀ ଘୋଷଣା କରିଛି । ପୂର୍ବରୁ ସୋର ବିଧାନସଭା ପାଇଁ ରାଜୁ ଦାସଙ୍କୁ ପ୍ରାର୍ଥୀ କରିଥିଲା ବିଜେପି । ନିକଟରେ ବିଜେଡି ଛାଡି ବିଜେପିରେ ଯୋଗ ଦେଇଥିଲେ ପର୍ଶୁରାମ ଧଡ୍ଡା। ଦଳ ତାଙ୍କୁ ଆଜି ସୋର ବିଧାନସଭା ଆସନରୁ ପ୍ରାର୍ଥୀ କରିଛି ।

ସୂଚନା ଥାଉକି ଯେ, ୨୦୧୪ରେ ବିଜେଡିରୁ ବିଧାୟକ ଭାବେ ପର୍ଶୁରାମ ଧଡା ନିର୍ବାଚିତ ହୋଇଥିଲେ । ୨୦୧୯ ସାଧାରଣ ନିର୍ବାଚନରେ ପୁଣି ତାଙ୍କୁ ଦଳ ପ୍ରାର୍ଥୀ କରିଥିଲା। ହେଲେ ୨୦୨୪ରେ ବିଜେଡି ତାଙ୍କୁ ପ୍ରାର୍ଥୀ କରିନଥିଲା । ଯେଉଁଥିପାଇଁ ଧଡ୍ଡା ବିଜେଡିରୁ ଇସ୍ତଫା ଦେଇଥିଲେ ।

Related Articles

Back to top button