ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀମାନେ ସେମାନଙ୍କ ସମସ୍ତ ସମ୍ପତ୍ତିର ତାଲିକା ଦେବା ଜୁରୁରୀ ନୁହେଁ : ସୁପ୍ରିମକୋର୍ଟ

ମଙ୍ଗଳବାର ସୁପ୍ରିମକୋର୍ଟ କହିଛନ୍ତି ଯେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀମାନେ ସେମାନଙ୍କ ସମସ୍ତ ସମ୍ପତ୍ତିର ତାଲିକା ଦେବା ଜୁରୁରୀ ନୁହେଁ । ସେ ଏଥିପାଇଁ ବାଧ୍ୟ ନୁହନ୍ତି । ଦାମୀ ତଥା ଲକଜରିୟସ ଜୀବନ ଶୈଳୀ ସହ ଜଡିତ ସମ୍ପତ୍ତିର ତାଲିକା ଦେଇପାରିବେ ପ୍ରାର୍ଥୀ ।ଏକ ଆବେଦନର ଶୁଣାଣି କରି ଏସମ୍ପର୍କରେ ବଡ଼ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ । ଏକ ରିପୋର୍ଟ ଅନୁଯାୟୀ, ୨୦୧୯ ଅରୁଣାଚଳ ପ୍ରଦେଶ ବିଧାନସଭା ନିର୍ବାଚନରେ ତେଜୁ ବିଧାନଭାରେ ସ୍ୱାଧୀନ ବିଧାୟକ ଥିବା କାରିଖୋକ୍ରିଙ୍କ ନିର୍ବାଚନକୁ ରଦ୍ଦ କରିବା ପାଇଁ ହୋଇଥିବା ଆବେଦନକୁ ଖାରଜ କରି ସୁପ୍ରିମକୋର୍ଟ ଏପରି କହିଛନ୍ତି ।

ଶୀର୍ଷ କୋର୍ଟ କହିଛନ୍ତି ଯେ ଜଣେ ପ୍ରାର୍ଥୀଙ୍କ ପ୍ରତ୍ୟେକ ସମ୍ପତ୍ତି ବିଷୟରେ ଜାଣିବାର ସମ୍ପୂର୍ଣ୍ଣ ଅଧିକାର ନାହିଁ । ଏହାସହ ଏଥିରେ ଦର୍ଶାଯାଇଛି ଯେ ତାଙ୍କ ପ୍ରାର୍ଥୀତା ସହିତ ଅପ୍ରାସଙ୍ଗିକ ପ୍ରସଙ୍ଗରେ ଜଣେ ନିର୍ବାଚନ ପ୍ରାର୍ଥୀଙ୍କ ଗୋପନୀୟତା ଅଧିକାର ରହିଛି । ଜଷ୍ଟିସ୍ ଅନିରୁଦ୍ଧ ବୋଷ ଏବଂ ସଞ୍ଜୟ କୁମାରଙ୍କ ଡିଭିଜନ୍ ବେଞ୍ଚ ଏହି ନିର୍ଦ୍ଦେଶ ଦେଇଛନ୍ତି ।ଏହା ସହିତ ସେ ଗୌହାଟି ହାଇକୋର୍ଟଙ୍କ ଆଦେଶକୁ ମଧ୍ୟ ବାତିଲ କରିଥିଲେ, ଯେଉଁଥିରେ କାରିଖୋକ୍ରିଙ୍କ ନିର୍ବାଚନ ଶୂନ୍ୟ ବୋଲି ଘୋଷଣା କରାଯାଇଥିଲା । ସୂଚନାନୁସାରେ , ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିବାବେଳେ କାରିଖୋକ୍ରି ନିଜ ନାମାଙ୍କନ ପତ୍ରରେ ସମସ୍ତ ସମ୍ପତ୍ତିର ତାଲିକା ପ୍ରକାଶ କରି ନ ଥିଲେ । ନିଜ ସ୍ତ୍ରୀ ଓ ପୁଅ ନାଁରେ ଥିବା ତିନୋଟି ଗାଡିର ଖୁଲାସା ସେ କରି ନ ଥିଲେ । ଏହାକୁ ନେଇ ତାଙ୍କ ନିର୍ବାଚନ ରଦ୍ଦ କରିବାକୁ କୋର୍ଟରେ ଆବେଦନ ହୋଇଥିଲା ।

Related Articles

Back to top button