
ଶିମିଳିପାଳ ଅଭୟାରଣ୍ୟ ଭିତରୁ ୯ ଜଣଙ୍କୁ ୯ ଟି ଦେଶୀ ବନ୍ଧୁକ ସହ ଗିରଫ କରିଛି ବନ ବିଭାଗ
ଶିମିଳିପାଳ ଅଭୟାରଣ୍ୟ ଭିତରକୁ ଗତ ରାତିରେ ୪୦ ଜଣ ବନ୍ଧୁକଧାରୀ ଶିକାରୀ ପ୍ରବେଶ କରିଥିବା ବେଳେ ବନ ବିଭାଗ ୯ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି। ୯ ଟି ଦେଶୀ ବନ୍ଧୁକ ସହ ୩୦ କିଗ୍ରା ସମ୍ବର ମାଂସ ସେମାନଙ୍କ ପାଖରୁ ଜବତ କରାଯାଇଛି। ଅନ୍ୟମାନେ ଖସି ଯିବାକୁ ସକ୍ଷମ ହୋଇଛନ୍ତି। ୪୦ ଜଣ ଶିକାରୀ ଉଦଳା ଥାନା କୁଣ୍ଡାବାଇ ଗ୍ରାମପଞ୍ଚାୟତ ତାଳଡିହା, ପାଟଶାଣିପୁର ଗ୍ରାମପଞ୍ଚାୟତର ଖଲିଡିହି ଗ୍ରାମ ଏବଂ ନିକଟବର୍ତ୍ତି ଗ୍ରାମରୁ ଜେନାବିଲ ବନାଞ୍ଚଳରେ ପ୍ରବେଶ କରିଥିବା ବେଳେ ଏସଟିଏଫପି, ପୋଡାଡିହା ଓ ଦୁକୁରା ବନାଞ୍ଚଳ କର୍ମଚାରୀଙ୍କ ହାବୁଡ଼ରେ ପଡ଼ିଥିଲେ। ଖସି ଯାଇଥିବା ଶିକାରୀଙ୍କୁ ଧରିବା ପାଇଁ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ତରଫରୁ ତନାଘନା ଚାଲିଥିବା ବିଭାଗ ପକ୍ଷରୁ ସୂଚନା ମିଳିଛି।