
ବାହାନଗା ଟ୍ରେନ ଦୁର୍ଘଟଣା :ଚିହ୍ନଟ ହୋଇନଥିବା ୨୮ ମୃତଦେହର ହେବ ଅନ୍ତିମ ସଂସ୍କାର
ବାହାନଗା ଟ୍ରେନ ଟ୍ରାଜେଡ଼ି ଘଟଣା । ଚିହ୍ନଟ ହୋଇନଥିବା ୨୮ ମୃତଦେହର ହେବ ଅନ୍ତିମ ସଂସ୍କାର । ୨୮ ମୃତଦେହର ଅନ୍ତିମ ସଂସ୍କାର ପାଇଁ ଜିଲ୍ଲାପାଳଙ୍କୁ CBI ଚିଠି କରିଥିଲା । ଆଉ CBIର ଚିଠି ପରେ ମୃତଦେହର ଅନ୍ତମ ସଂସ୍କାର ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଅନ୍ତମ ସଂସ୍କାର ପାଇଁ BMC ପକ୍ଷରୁ ମଧ୍ୟ ଏସ୍ଓପି ଜାରି କରାଯାଇଛି । ମୃତଦେହ ହସ୍ତାନ୍ତର ଠାରୁ ଅନ୍ତିମ ସଂସ୍କାର ଯାଏ, ସମସ୍ତ ଘଟଣାର ଭିଡ଼ିଓଗ୍ରାଫି କରାଯିବ ।
ଖବର ଅନୁଯାୟୀ, ବାହାନଗା ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ୨୮ ଅଚିହ୍ନା ମୃତଦେହ ଭୁବନେଶ୍ବର ଏମ୍ସରେ ରଖାଯାଇଛି । ବର୍ତ୍ତମାନ ଯାଏଁ ଏହି ସବୁ ମୃତଦେହର କୌଣସି ଦାବିଦାର ନାହାଁନ୍ତି । ମୃତକଙ୍କୁ ଏକ କଣ୍ଟେନରରେ ରଖାଯାଇଥିଲା। ଗତ ଜୁନ୍ ୨ ତାରିଖରେ ବାହାନଗା ଟ୍ରେନ୍ ଦୁର୍ଘଟଣାରେ ୨୯୫ ଜଣଙ୍କ ମୃତ୍ୟୁ ହୋଇଥିଲା। ଏମ୍ସକୁ ୨ଟି ପର୍ଯ୍ୟାୟରେ ୧୬୨ଟି ମୃତଦେହ ଆସିଥିଲା। ଅନେକ ମୃତକଙ୍କ ଦାବିଦାର ଥିବାରୁ ଡିଏନଏ ନମୁନାକୁ ବିକଳ୍ପ ଭାବେ ଗ୍ରହଣ କରାଯାଇଥିଲା। ପରବର୍ତ୍ତୀ ସମୟରେ ୫୩ ମୃତକଙ୍କୁ ହସ୍ତାନ୍ତର କରାଯାଇଛି। ବର୍ତ୍ତମାନ ୨୮ ମୃତଦେହ ପଡ଼ିରହିଛି । ଯାହାର ଏବେ ଅନ୍ତିମ ସଂସ୍କାର ହେବା ପାଇଁ ନିଷ୍ପତ୍ତି ନିଆଯାଇଛି ।