ସାମାନ୍ୟ ଗେଣ୍ଡୁ ଗଛ ପାଇଁ ନାବାଳିକାଙ୍କୁ ହତ୍ୟା କରି ଟାଙ୍ଗି ଦେଇଥିବା ଅଭିଯୋଗ

ଗେଣ୍ଡୁ ଗଛ ପାଇଁ ଚାଲିଗଲା ନାବାଳିକାଙ୍କ ଜୀବନ । ସାମାନ୍ୟ ଗେଣ୍ଡୁ ଗଛ ପାଇଁ ନାବାଳିକାଙ୍କୁ ହତ୍ୟା କରି ଟାଙ୍ଗି ଦେଇଥିବା ଅଭିଯୋଗ । ଏଭଳି ଅଭିଯୋଗ ଆଣିଛନ୍ତି ନାବାଳିକାଙ୍କ ମା ସୀତା ହାଁସଦା। ଏଭଳି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଉଦଳା ଭାଲୁହୁରୁଡା ଗାଁରେ । ଗେଣ୍ଡୁଗଛ ଚୋରି କରିବାରୁ ନୃଶଂସ ମଣିଷ ନାବାଳିକାକୁ ହତ୍ୟା କରିଛନ୍ତି ।

ସୂଚନା ଅନୁସାରେ ଗତକାଲି ୧୨ ବର୍ଷର ଝିଅକୁ ପଡୋଶୀଙ୍କ ଘରେ ଛାଡି ଭୁବନେଶ୍ୱର ଆସିଥିଲେ ସୀତା ହାଁସଦା ଏବଂ ତାଙ୍କ ସ୍ୱାମୀ । ଭୁବନେଶ୍ୱର ଆସିବା ପରେ ପଡୋଶୀ ସୀତାଙ୍କୁ ଫୋନ କରି ତାଙ୍କ ଝିଅ ଗେଣ୍ଡୁ ଗଛ ଚୋରି କରିଛି ବୋଲି କହିଥିଲେ । କିନ୍ତୁ ରାତିରେ ସୀତା ଓ ତାଙ୍କ ସ୍ୱାମୀ ଆସି ପହଞ୍ଚିବା ପରେ ଘରଦ୍ୱାର ନିକଟରେ ଝିଅର ଝୁଲନ୍ତା ମୃତ ଦେହ ଦେଖିବାକୁ ପାଇଥିଲେ। ଝିଅର ବେକରେ ଓଢଣୀ ଲଗାଇ ଝୁଲାଇଦେଇଥିଲେ ଦୁର୍ବୃତ୍ତ । ଝିଅ ଶରୀରରେ ବିଭିନ୍ନ ସ୍ଥାନରେ କ୍ଷତଚିହ୍ନ ମଧ୍ୟ ରହିଛି । ଗେଣ୍ଡୁ ଗଛ ଚୋରି କରିବାରୁ ପଡୋଶୀ ହତ୍ୟା କରି ଟାଙ୍ଗି ଦେଇଥିବା ଅଭିଯୋଗ କରିଛନ୍ତି ସୀତା । ଏନେଇ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

Related Articles

Back to top button