ଗୁଣି ସନ୍ଦେହରେ ଦମ୍ପତିଙ୍କୁ ଜୀଅନ୍ତା ପୋଡ଼ି ମାରିବା ଘଟଣା : ୧୭ଜଣଙ୍କୁ ଆଜୀବନ ଜେଲ

ଗୁଣିଗାରେଡି ସନ୍ଦେହରେ ଦମ୍ପତିଙ୍କୁ ନିଆଁ ଲଗାଇ ଜୀଅନ୍ତା ପୋଡ଼ି ମାରିବା ଘଟଣାରେ ୧୭ଜଣଙ୍କୁ ଆଜୀବନ ଜେଲଦଣ୍ଡ। ୨୦୨୦ ଜୁଲାଇରେ ଯାଜପୁର ରୋଡ ସୁରସାହିରେ ଘଟିଥିବା ଲୋମହର୍ଷକ ହତ୍ୟାକାଣ୍ଡର ରାୟ ପ୍ରକାଶ ପାଇଛି । ଯାଜପୁର ରୋଡ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ୧୭ ଜଣଙ୍କୁ ଜେଲଦଣ୍ଡାଦେଶ କରିଛନ୍ତି।

୨୦୨୦ ମସିହା ଜୁଲାଇ ୭ ତାରିଖ ରାତିରେ କଳିଙ୍ଗନଗର ଥାନା ନିମପଲି ଗାଁ ସୁରିସାହିରେ ଘଟିଥିଲା ବର୍ବର ହତ୍ୟା। ଶୈଳ ବାଲମୁଜ୍ ଓ ସମ୍ବାରି ବାଲମୁଜ୍ ଘରେ ଶୋଇଥିବା ବେଳେ ହଠାତ ବିଳମ୍ବିତ ରାତିରେ ଗାଁର କିଛି ଯୁବକ ସେଠାରେ ପହଞ୍ଚିଥିଲେ। ଶୈଳ ଓ ସମ୍ବାରି ଗୁଣିଗାରେଡି କରୁଥିବା ଅଭିଯୋଗ ଆଣି ସେମାନଙ୍କୁ ନିସ୍ତୁକ ମାଡ଼ ମାରିବା ସହ ଘରେ ନିଆଁ ଲଗେଇ ଦେଇଥିଲେ ।

ଦମ୍ପତି ଦୁଇଜଣ ଘରୁ ନବାହାରି ପାରି ପୋଡି ହୋଇ ମୃତ୍ୟୁ ବରଣ କରିଥିଲେ l ଏହି ଘଟଣାରେ ୧୭ ଜଣଙ୍କୁ କୋର୍ଟ ଚାଲାଣ କରିଥିଲା କଳିଙ୍ଗନଗର ଥାନା ପୋଲିସ। ୩ ବର୍ଷ ପରେ ଆଜି ଏହି ମାମଲାର ଶୁଣାଣି କରି ରାୟ ପ୍ରଦାନ କରିଛନ୍ତି ଯାଜପୁର ରୋଡ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ ହୃଷିକେଶ ଆଚାର୍ଯ୍ୟ । ୨୦ଜଣ ବ୍ୟକ୍ତିଙ୍କ ସାକ୍ଷ୍ୟଗ୍ରହଣ ପରେ ୧୭ ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ସହ ୧୦ହଜାର ଟଙ୍କା ଜୋରିମାନା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ ।

Related Articles

Back to top button