୨୦୨୩ ବର୍ଷ ପାଇଁ ରାଜ୍ୟ ପୁଲିସ ମେଡାଲ ତାଲିକା ପ୍ରକାଶ ପାଇଛି

୨୦୨୩ ବର୍ଷ ପାଇଁ ରାଜ୍ୟ ପୁଲିସ ମେଡାଲ ତାଲିକା ପ୍ରକାଶ ପାଇଛି। ୨ ଆଇଜିଙ୍କ ସମେତ ୨୦ ପୁଲିସ ଅଧିକାରୀ ରାଜ୍ୟପାଳ ପଦକ ପାଇବେ । ପୂର୍ବାଞ୍ଚଳ ଆଇଜି ହିମାଂଶୁ ଲାଲ, କ୍ରାଇମବ୍ରାଞ୍ଚ ଆଇଜି ସଫିନ ଅହମ୍ମଦ , ଗଞ୍ଜାମ ଏସପି ଜଗମୋହନ ମୀନା, ସମ୍ବଲପୁର ଏସପି ମୁକେଶ ଭାମୁ ଙ୍କୁ ମେଡାଲ ଦିଆଯିବ । ଆଇଜି ପାହ୍ୟାରେ ପୂର୍ବାଞ୍ଚଳ ଆଇଜି ହିମାଂଶୁ ଲାଲ ଓ କ୍ରାଇମବ୍ରାଞ୍ଚ ଆଇଜି ସଫିନ ଅହମ୍ମଦ ମନୋନୀତ ହୋଇଛନ୍ତି। ଏସପି ପାହ୍ୟାରେ ଜଗମୋହନ ମୀନା ଓ ମୁକେଶ ଭାମୋ ମନୋନୀତ ହୋଇଥିବାବେଳେ ଡିଏସପି ପାହ୍ୟାରେ ଉଦୟଭାନୁ ମିଶ୍ର ଓ ମାନସ ଗଡ଼ନାୟକଙ୍କୁ ମନୋନୀତ କରାଯାଇଛି। ଅନିଲା ଆନନ୍ଦ, ସବ୍ୟସାଚୀ ମଲ୍ଲ, ହେମାମାଳିନୀ ନାୟକଙ୍କୁ ଆଇଆଇସି ପାହ୍ୟା ମିଳିବ। ସେହିପରି ବିପିଏସପିର ଅତିରିକ୍ତ ଏସପି ଉଦୟଭାନୁ ମିଶ୍ର ଏବଂ ଏସିପି ମାନସ ଗଡ଼ନାୟକଙ୍କୁ ମଧ୍ୟ ରାଜ୍ୟପାଳ ପଦକ ପୁରସ୍କାର ମିଳିବ।

Related Articles

Back to top button