ସପ୍ତମ ଦିନରେ ପହଞ୍ଚିଛି ବିଶ୍ଵପ୍ରସିଦ୍ଧ ଧନୁଯାତ୍ରା

ସାତଦିନରେ ପହଞ୍ଚିଛି ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା।  ଷଷ୍ଠଦିନରେ ଧନୁଯାତ୍ରାରେ ଦେଖିବାକୁ ମିଳିଛି ରାଧାକୃଷ୍ଣଙ୍କ ରାସଲୀଳା।ଗୋପପୁରରେ କୃଷ୍ଣ ଗୋପିଙ୍କ ବସ୍ତ୍ରହରଣ ଦୃଶ୍ୟ ମଞ୍ଚରେ ଅଭିନିତ ହୋଇଛି । ଗୋପପୁରରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ରାସଲିଳା ଚାଲିଥିବା ବେଳେ ଗୋପୀ ମାନେ ଯମୁନା ପାର ପାର ହୋଇ ମଥୁରାକୁ ଦହି ବିକିବାକୁ ଯାଉଛନ୍ତି । ଏହି ସମୟରେ ଗୋପୀ ଓ ରାଧାଙ୍କ ସହ ନଟଖଟିଆ କାହ୍ନୁ ମଧ୍ଯ ନୃତ୍ୟଗୀତ ଗୀତ ରାସରେ ବେଶ ମସଗୁଲ ହୋଇଯାଇଥିଲେ ।  ଏହି ଦୃଶ୍ୟ ଦେଖୁବାକୁ ଗତକାଲି ଦର୍ଶକଙ୍କ ଭିଡ଼ ଜମିଥିବା ବେଳେ ସମସ୍ତେ କୃଷ୍ଣ ପ୍ରେମରେ ମଗ୍ନ ହୋଇଯାଇଛନ୍ତି ।

ଅନ୍ୟପଟେ ମଥୁରା ନରେଶ ମହାରାଜ କଂସ ବିବ୍ରତ ହୋଇପଡିଛନ୍ତି । କୃଷ୍ଣ ବଳରାମ ଦୁଇ ଭାଇଙ୍କୁ ମାରିବା ପାଇଁ ମଥୁରା ରାଜଦରବାରରେ ମହାରାଜ କଂସ ଆୟୋଜନ କରିଛନ୍ତି ରଙ୍ଗସଭା I କୃଷ୍ଣଙ୍କୁ ମାରିବା ପାଇଁ ଷଢ଼ଯନ୍ତ୍ର କରୁଛନ୍ତି । ପାତ୍ରମନ୍ତ୍ରୀଙ୍କ ସହ ଆଲୋଚନା କରି ଆୟୋଜନ କରିଛନ୍ତି ରଂଗସଭା। ଏହି ରଂଗସଭାରେ ମହାରାଜ ରାଜଙ୍କ ନିମନ୍ତ୍ରଣ ପାଇ ମିତ୍ର ପକ୍ଷ ରାଜ୍ୟର ବହୁରାଜା ଆସିଛନ୍ତି ମଥୁରା ରାଜଦରବାରକୁ । ମଗଧ ରାଜା ଜରାସନ୍ଧଙ୍କ ଯୋଦ୍ଧାମାନେ ମହାରାଜା କଂସଙ୍କୁ ଆଶ୍ବାସନା ଦେଇସାରିବାପାଇଁ ଗୋପପୁର ଅଭିମୁଖେ ବାହାରିପଡ଼ିଛନ୍ତି। ତେବେ ଆଜି ଧନୁଯାତ୍ରାର ସପ୍ତମଦିନରେ ଗୋପପୁରରେ ରାଧାକୃଷ୍ଣଙ୍କ ନାବକେଳି ଏବଂ ମଥୁରାରେ ଧନୁଯାତ୍ରା ପାଇଁ କୃଷ୍ଣ ବଳରାମଙ୍କୁ ଧରିଆସିବା ପାଇଁ ନନ୍ଦରାଜାଙ୍କ ଉଦ୍ଦେଶ୍ୟରେ ମହାରାଜ କଂସଙ୍କ ଚିଟାଉ ପ୍ରସ୍ତୁତ ଏବଂ ଚିଟାଉ ନେଇ ମନ୍ତ୍ରୀ ଅକୃରଙ୍କ ଗୋପପୁର ଯିବା ଦୃଶ୍ୟ ଅଭିନୀତ ହେବ।

Related Articles

Back to top button