
ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ନେଇ ୮ଜିଲାକୁ ପାଣିପାଗ ବିଭାଗ ରେଡ ୱାର୍ଣ୍ଣିଂ ଜାରି କରିଛି
ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ନେଇ ୮ଜିଲାକୁ ପାଣିପାଗ ବିଭାଗ ରେଡ ୱାର୍ଣ୍ଣିଂ ଜାରି କରିଛି। ପାଣିପାଗ ବିଭାଗ ପକ୍ଷରୁ ବାଲେଶ୍ବର ମୟୁରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ବୌଦ୍ଧ, ଅନୁଗୁଳ, କଟକ ଓ ନୟାଗଡ଼ ଜିଲାକୁ ପାଣିପାଗ ବିଭାଗର ରେଡ ୱାର୍ଣ୍ଣିଂ ଜାରି କରାଯାଇଛି। ରାଜ୍ୟରେ ଅସହ୍ୟ ତାତି ଓ ଗ୍ରୀଷ୍ମ ପ୍ରବାହରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି।
ସୋମବାର ସାଢେ ୨ଟା ସୁଦ୍ଧା କେନ୍ଦୁଝର ତାପମାତ୍ରା ସର୍ବାଧିକ ୪୩ ଡିଗ୍ରୀ ରେକର୍ଡ କରାଯାଇଛି। ଝାରସୁଗୁଡା ୪୨.୮, ସମ୍ବଲପୁର ୪୨.୬, ହୀରାକୁଦ ୪୧.୮, ରାଉରକେଲା ୪୧.୮, ବାଲେଶ୍ୱର ୪୧.୪, ଭୁବନେଶ୍ୱର ୪୧.୩ ଡିଗ୍ରୀ ରେକର୍ଡ କରାଯାଇଛି।ବଲାଙ୍ଗିର, କଳାହାଣ୍ଡି, ଗଞ୍ଜାମ, ଗଜପତି, ରାୟଗଡା, କୋରାପୁଟ, ନୂଆପଡା, ଏବଂ ନବରଙ୍ଗପୁର ଜିଲାରେ କାଳବୈଶାଖୀ ପୂର୍ବାନୁମାନ କରାଯାଇଛି। ଏହାର ପ୍ରଭାବରେ କିଛି ଅଂଚଳରେ ପବନ ୫୦ ରୁ ୬୦ କିମି, ବିଜୁଳି ଘଡଘଡି ଏବଂ କୁଆପଥର ବର୍ଷା ସମ୍ଭାବନା ରହିଛି |