ଗୁଜୁରାଟ ଉପକୂଳରୁ ୧୪ ଜଣ ପାକିସ୍ତାନୀ ଗିରଫ : ୬୦୨ କୋଟି ଟଙ୍କାର ନିଷେଧ ଡ୍ରଗ୍ସ ଜବତ

ରବିବାର ଏଟିଏସ ଏବଂ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଗୁଜୁରାଟ ଉପକୂଳରୁ ୧୪ ଜଣ ପାକିସ୍ତାନୀ ନାଗରିକଙ୍କୁ ଗିରଫ କରି ସେମାନଙ୍କ ନିକଟରୁ ୬୦୨ କୋଟି ଟଙ୍କା ମୂଲ୍ୟର ୮୬ କିଲୋଗ୍ରାମ ନିଷେଧ ଡ୍ରଗ୍ସ ଜବତ କରିଛନ୍ତି। ପାକିସ୍ତାନ ସନ୍ଦିଗ୍ଧମାନେ ଏହି ଅପରେସନ ସମୟରେ ଗିରଫଦାରୀକୁ ଏଡାଇବାକୁ ଚେଷ୍ଟା କରି ଏଟିଏସ ଅଧିକାରୀଙ୍କ ଉପରେ ଡଙ୍ଗା ଚଢ଼ାଇବାକୁ ଚେଷ୍ଟା କରିଥିଲେ । ଏହା ପରେ ଅଧିକାରୀମାନଙ୍କୁ ଗୁଳି ଚଳାଇବାକୁ ପଡିଥିଲା। ପରେ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଥିଲା। ସୂଚନା ଅନୁଯାୟୀ ଇଣ୍ଡିଆନ୍‌ କୋଷ୍ଟ ଗାର୍ଡ ସମୁଦ୍ରରେ ମାଦକ ଦ୍ରବ୍ୟ ବିରୋଧୀ ଅଭିଯାନ ଆରମ୍ଭ କରିଥିଲେ ଏବଂ ଏହି ସମୟରେ ପାକିସ୍ତାନ ସନ୍ଦିଗ୍ଧମାନେ ପୁଲିସ ହାତରେ ଧରା ପଡିଛନ୍ତି। ଏହି ଘଟଣାରେ ୧୪ ପାକିସ୍ତାନୀ ଗିରଫ ହୋଇଛନ୍ତି ଏବଂ ଜବତ ହୋଇଥିବା ୮୬ ଗ୍ରାମ ଡ୍ରଗ୍ସର ମୂଲ୍ୟ ୬୦୨ କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଉଛି ।

Related Articles

Back to top button