ଆସନ୍ତା ୩ ଦିନ ମଧ୍ୟରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୨ରୁ ୩ ଡିଗ୍ରି ବୃଦ୍ଧି ପାଇବ

ଆସନ୍ତା ୩ ଦିନ ମଧ୍ୟରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୨ରୁ ୩ ଡିଗ୍ରି ବୃଦ୍ଧି ପାଇବ । ଆସନ୍ତା ଦୁଇ ଦିନ କୋରାପୁଟ, କନ୍ଧମାଳ, ରାୟଗଡ଼ା, କଟକ, ଢେଙ୍କାନାଳ, ଅନୁଗୁଳ ସମେତ ଦକ୍ଷିଣ ଉପକୂଳ ଓଡ଼ିଶାରେ ହାଲୁକାରୁ ମଧ୍ୟମଧରଣର କୁହୁଡ଼ି ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି ।ବର୍ତ୍ତମାନ ରାଜ୍ୟରେ କୌଣସି ନିର୍ଦ୍ଦିଷ୍ଟ ପାଣିପାଗ ପ୍ରକ୍ରିୟାର ପ୍ରଭାବ ନାହିଁ । ତେଣୁ ଆଗାମୀ ୬ ରୁ ୭ ଦିନ ଯାଏଁ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ । ଏହାସହ ଉପକୂଳ ଓ ଏହାର ପାର୍ଶ୍ଵବର୍ତ୍ତୀ ଜିଲ୍ଲା ଗୁଡ଼ିକରେ ଆଗାମୀ ୨ ଦିନ ହାଲୁକାରୁ ମଧ୍ୟମ ଧରଣର କୁହୁଡି ରହିବାର ସମ୍ଭାବନା ରହିଛି ।

ରାଜ୍ୟର ବିଭିନ୍ନ ସ୍ଥାନରେ ଉଭୟ ଦିନ ଏବଂ ରାତ୍ରି ତାପମାତ୍ରାରେ ବୃଦ୍ଧି ସମ୍ଭାବନା ରହିଛି । ମୁଖ୍ୟତଃ ଭାବେ ରାତ୍ରି ତାପମାତ୍ରା ଆଗାମୀ ୩ ଦିନ ମଧ୍ୟରେ ରାଜ୍ୟର ଅନେକ ସ୍ଥାନରେ ୨ ରୁ ୩ ଡ଼ିଗ୍ରୀ ଯାଏଁ ବୃଦ୍ଧି ସମ୍ଭାବନା ରହିଛି ।ବର୍ତ୍ତମାନ ଓଡ଼ିଶାରୁ ବର୍ଷା ଛାଡ଼ିଯାଇଥିବା ବେଳେ ତାପମାତ୍ରା ବୃଦ୍ଧି ପାଇବ । ଉଭୟ ଦିନ ଓ ରାତିର ତାପମାତ୍ରା ବୃଦ୍ଧି ପାଇବ । ଖାସ କରି ରାତିର ତାପମାତ୍ରାରେ 2ରୁ 3 ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ । ସେପଟେ ଉପକୂଳ ଜିଲ୍ଲା ସମେତ ଏହାର ପାର୍ଶ୍ବବର୍ତ୍ତୀ ଜିଲ୍ଲା ଗୁଡ଼ିକରେ ଆଗାମୀ 2 ଦିନ ହାଲୁକାରୁ ମଧ୍ୟମ କୁହୁଡ଼ି ଦେଖିବାକୁ ମିଳିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ଆକଳନ କରିଛି ।

Related Articles

Back to top button