ଇଂଜିନିୟରିଂ କଲେଜ ଜମି ମାମଲାରେ ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲଙ୍କୁ ଇଡିର ସମନ

ବରପଦା ଇଂଜିନିୟରିଂ କଲେଜ ଜମି ମାମଲାରେ ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲଙ୍କୁ ସମନ କଲା ଇଡି । ପ୍ରଫୁଲ୍ଲଙ୍କ ସହ ପୁଅ ପ୍ରୟାସକାନ୍ତିଙ୍କୁ ମଧ୍ୟ ସମନ କଲା ଇଡି ଡକ୍ୟୁମେଣ୍ଟ ସହ ହାଜର ହେବାକୁ ସମନ କଲା ଇଡି ।କଲେଜ ନାଁରେ ଜମି ଓ ଗାଡ଼ି କିଣା ବାବଦରେ ୨୦ କୋଟିରୁ ଅଧିକ ଟଙ୍କାର ଦୁର୍ନୀତି ମାମଲାରେ ଇଡ଼ି ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଏବଂ ତାଙ୍କ ପୁଅଙ୍କ ଘର ସମେତ ରାଜ୍ୟର ୧୦ଟି ସ୍ଥାନରେ ଚଢ଼ାଉ କରିଥିଲା । ଭଦ୍ରକ ଜିଲ୍ଲାର ୬ଟି ସ୍ଥାନରେ ଓ ଭୁବନେଶ୍ୱରର ୪ଟି ସ୍ଥାନରେ ଇଡ଼ି ଅଧିକାରୀ ଦଳବଳ ଧରି ଛାପା ମାରିଥିଲା ।ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତିଙ୍କ ଘରୁ ଟଙ୍କା ସହ କାର ଜବତ କରିଛି ଇଡି । ଭୁବନେଶ୍ୱର ସ୍ଥିତ ପଳାଶପଲ୍ଲୀ ଘରୁ ଦାମୀ କାର ସହ ୧୦ ଲକ୍ଷ ଟଙ୍କା ଜବତ କରିଛି ଇଡି ।

Related Articles

Back to top button