
ରାଜ୍ୟରେ ପ୍ରକାଶ ପାଇଲା ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି
ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ପର୍ଯ୍ୟାୟରେ ମେ’ ୨୫ ତାରିଖରେ ସମ୍ବଲପୁର, କେନ୍ଦୁଝର,ଢେଙ୍କାନାଳ, କଟକ, ଭୁବନେଶ୍ୱର ଏବଂ ପୁରୀ ଲୋକସଭା ଆସନ ଓ ଏଥିରେ ଅନ୍ତର୍ଭୁକ୍ତ ଥିବା ୪୨ଟି ବିଧାନସଭା ଆସନରେ ନିର୍ବାଚନ ଅନୁଷ୍ଠିତ ହେବ।
ଏହି ସବୁ ଆସନ ପାଇଁ ଆଜିଠାରୁ ନାମାଙ୍କନପତ୍ର ଦାଖଲ ଆରମ୍ଭ ହେବ। ଏହା ମେ’୬ ତାରିଖ ପର୍ଯ୍ୟନ୍ତ ଚାଲିବ । ମେ’୭ ରେ ନାମାଙ୍କନପତ୍ର ଯାଞ୍ଚ ହେବ। ମେ’୯ ସୁଦ୍ଧା ପ୍ରାର୍ଥିପତ୍ର ପ୍ରତ୍ୟାହାର ହୋଇପାରିବ ।ମେ’୭ରେ ନାମାଙ୍କନପତ୍ର ଯାଞ୍ଚ ହେବ। ମେ’୯ ସୁଦ୍ଧା ପ୍ରାର୍ଥିପତ୍ର ପ୍ରତ୍ୟାହାର ହୋଇପାରିବ। ଏହି ୪୨ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ମୋଟ୍ ୯୪ ଲକ୍ଷ ୪୧ ହଜାର ୭୯୭ଜଣ ଭୋଟର ଥିବାବେଳେ ଏଥିରେ ୪୮ ଲକ୍ଷ ୨୬ ହଜାର ୩୭୫ ପୁରୁଷ ଓ ୪୬ ଲକ୍ଷ ୧୪ ହଜାର ୧୩୪ ଜଣ ମହିଳା ରହିଛନ୍ତି। ଏହି ପର୍ଯ୍ୟାୟରେ ପ୍ରାୟ ସମସ୍ତ ସିଟରେ ସବୁ ଦଳର ହେଭିୱେଟ୍ ନିର୍ବାଚନ ଲଢ଼ୁଛନ୍ତି।