ଢେଙ୍କାନାଳରେ କଲରାପତରିଆ ବାଘ ସଂଖ୍ୟା ବୃଦ୍ଧି ପାଇଛି

ରାଜ୍ୟର ବାଘ ଗଣନା ରିପୋର୍ଟ ପ୍ରକାଶ ପାଇଛି । ଏହି ରିପୋର୍ଟରେ ଓଡ଼ିଶାରେ ୩୦ ମହାବଳ ବାଘ ଓ ୮ ବାଘ ଛୁଆ ଅଛନ୍ତି ବୋଲି ଜଣାପଡିଛି । ବାଘ ଗଣନା ରିପୋର୍ଟରୁ ଜଣାପଡିଛି ଯେ, ଢେଙ୍କାନାଳରେ କଲରାପତରିଆ ବାଘ ସଂଖ୍ୟା ବୃଦ୍ଧି ପାଇଛି । ଢେଙ୍କାନାଳରେ ପ୍ରାୟ ୧୦ଟି କଲରାପତରିଆ ବାଘ ଥିବା ସୂଚନା ମିଳିଛି ।

ପ୍ରଥମ ଥର ପାଇଁ ରାଜ୍ୟରେ ବାଘ ଗଣନା ଆକଳନ କରାଯାଇଥିଲା । ଆଧୁନିକ କ୍ୟାମେରା ଦ୍ୱାରା ବାଘଗୁଡ଼ିକର ପାଦ ଚିହ୍ନ ଓ ଫଟୋଚିତ୍ରକୁ ଦେଖି ଗଣନା କରାଯାଇ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଥିଲା । କଲରାପତରିଆ ବାଘ ପାଇଁ ଅନୁକୂଳ ପରିବେଶ ଢେଙ୍କାନାଳର ଜଙ୍ଗଲ ବୋଲି ଜଣାପଡିଛି । କଲରାପତରିଆ ବାଘ ଗୋଟେ ସ୍ଥାନରେ ରହିପାରନ୍ତି ନାହିଁ । ଢେଙ୍କାନାଳରେ କଲରାପତରିଆ ବାଘଙ୍କ ସଂଖ୍ୟା ପୂର୍ବ ଅପେକ୍ଷା ବୃଦ୍ଧି ପାଇଥିବାରୁ ବନବିଭାଗ ନିଜ ଖୁସି ବ୍ୟକ୍ତ କରି ଏହି ସୂଚନା ଦେଇଛନ୍ତି । ଢେଙ୍କାନାଳ ଜିଲ୍ଲାରେ ଗୋଟେ ବି ମହାବଳ ବାଘ ଥିବା ସୂଚନା ମିଳିନଥିବା ବେଳେ ପ୍ରାୟ ୧୦ଟି କଲରାପତରିଆ ବାଘ ଥିବା ଜଣାପଡିଛି ବୋଲି ଜିଲ୍ଲା ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି ।

Related Articles

Back to top button