ଗୁରୁବାର ଦିନ 6 ଜିଲ୍ଲାରେ ହାଲୁକା ବର୍ଷା ସମ୍ଭାବନା

ରାଜ୍ୟରେ ଶୁଖିଲା ରହିଛି ପାଗ । ଆଜି ପାଗ ଶୁଖିଲା ରହିବ । କିନ୍ତୁ ଗୁରୁବାର ଦିନ 6 ଜିଲ୍ଲାରେ ହାଲୁକା ବର୍ଷା ହୋଇପାରେ । ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, ନବରଙ୍ଗପୁର, ରାୟଗଡ଼ା ଓ କୋରାପୁଟ ଜିଲ୍ଲାରେ ସ୍ଥାନେ ସ୍ଥାନେ ଗୁରୁବାର ଦିନ ସାମାନ୍ୟ ବର୍ଷାର ସମ୍ଭାବନା ରହିଛି । ଏହାପରେ ଆସନ୍ତା 3 ତାରିଖ ପର୍ଯ୍ୟନ୍ତ ଆଉ କୌଣସି ବର୍ଷା ପାଗ ନାହିଁ । ଏହାପରେ 4 ରୁ ପୁଣି ବର୍ଷା ହେବାର ସମ୍ଭାବନା ରହିଛି ।

ତେବେ ମଙ୍ଗଳବାର ଦିନ ପାରଳାଖେମୁଣ୍ଡି ତାପମାତ୍ରା 35.4 ଡିଗ୍ରୀ ସେଲ୍‌ସିୟସ ଥିଲା । ବାକି ସବୁଠି ପାରଦ 35 ଡିଗ୍ରୀ ତଳେ ରହିଥିଲା । ମାଲକାନଗିରି, ଟିଟିଲାଗଡ଼, ଭବାନୀପାଟଣା, ବଲାଙ୍ଗୀର, ବୌଦ୍ଧ, ରାୟଗଡ଼ା, ନବରଙ୍ଗପୁର ଦିନ ତାପମାତ୍ରା 34 ଡିଗ୍ରୀ କିମ୍ବା ତାଠାରୁ ଅଧିକ ରହିଥିଲା ।

Related Articles

Back to top button