ଓଡିଶା ପ୍ରଶାସନିକ ସେବା ସ୍ତରରେ ରାଜ୍ୟ ସରକାର ଏକ ବଡ଼ ଧରଣର ଅଦଳବଦଳ କରିଛନ୍ତି।

ଓଡିଶା ପ୍ରଶାସନିକ ସେବା ସ୍ତରରେ ରାଜ୍ୟ ସରକାର ଏକ ବଡ଼ ଧରଣର ଅଦଳବଦଳ କରିଛନ୍ତି। ୨୨୦ ଓଏଏସ୍ ଅଧିକାରୀଙ୍କୁ ବଦଳି କରାଯାଇଛି। ଏହି ବଦଳି ସହ ସମସ୍ତ ଅଧିକାରୀଙ୍କୁ ବିଭାଗ ସେଣ୍ଟ୍ରାଲୀ ରିଲିଭ୍ କରାଯାଇଛି । ଆସନ୍ତା । ୨୫ ତାରିଖ ସୁଦ୍ଧା ନୂତନ ସ୍ଥାନରେ ଯୋଗଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ପୂଜା ଛୁଟି ସତ୍ୱେ ବି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଏହି ବଦଳି ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତିରେ ସେପ୍ଟେମ୍ବର ୧୨ ଓ ଅକ୍ଟୋବର ୧୩ରେ ଯେଉଁ ଓଏଏସ୍ଙ୍କ ବଦଳି ହୋଇଥିଲା । ସେମାନଙ୍କୁ ମଧ୍ୟ ରିଲିଭ କରାଗଲା ବୋଲି ଉଲ୍ଲେଖ ରହିଛି । ପୁରୀରେ ଡେପୁଟି କଲେକ୍ଟର ରାମଚନ୍ଦ୍ର ପଟ୍ଟନାୟକଙ୍କୁ ଭୁବନେଶ୍ୱର ଡେପୁଟି କଲେକ୍ଟର ଭାବେ ବଦଳି କରାଯାଇଛି । ନିମାପଡ଼ା ତହସିଲଦାର ସ୍ମୃତିପ୍ରଜ୍ଞା ପ୍ରିୟଦର୍ଶିନୀଙ୍କୁ ବାଲିପାଟଣା ବିଡିଓ, ଯାଜପୁର ଡେପୁଟି କଲେକ୍ଟର କାଜଲ ପ୍ରଧାନଙ୍କୁ ଭୁବନେଶ୍ୱର ମହାନଗର ନିଗମର ଡେପୁଟି କମିଶନର, କଟକର ଆସିଷ୍ଟାଣ୍ଟ କଲେକ୍ଟର ସୋମ୍ୟ ବିଶ୍ୱାଳ ଓ ବ୍ରହ୍ମପୁରର ଅତିରିକ୍ତ ତହସିଲଦାର ପ୍ରିୟଙ୍କା ନାହକଙ୍କୁ ଭୁବନେଶ୍ୱରର ଅତିରିକ୍ତ ତହସିଲଦାର, ବାଲିପଟଣା ବିଡିଓ ମୃତ୍ୟୁଞ୍ଜୟ ତ୍ରିପାଠୀଙ୍କୁ ବିଡିଏର ଅତିରିକ୍ତ ଭୂ-ଅଧିକାରୀ ଭାବେ ବଦଳି କରାଯାଇଛି ।

Related Articles

Back to top button