ଆସନ୍ତା ମାର୍ଚ୍ଚ ପ୍ରଥମ ସପ୍ତାହରେ ପ୍ରଧାନମନ୍ତ୍ରୀ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ

ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆସନ୍ତା ମାର୍ଚ୍ଚ ପ୍ରଥମ ସପ୍ତାହରେ ପ୍ରଧାନମନ୍ତ୍ରୀ ଓଡ଼ିଶା ଆସିବେ ବୋଲି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି । ପ୍ରଧାନମନ୍ତ୍ରୀ ଚଣ୍ଡିଖୋଲରେ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି ସୂଚନା ମିଳିଛି । ପ୍ରଧାନମନ୍ତ୍ରୀ କେତେ ତାରିଖରେ ଆସିବେ ଓ ଆଉ କେଉଁ କାର୍ଯ୍ୟକର୍ମରେ ଯୋଗଦେବେ ତାହାର କୌଣସି ସୂଚନା ମିଳିନାହିଁ ବୋଲି ମନମୋହନ ସାମଲ କହିଛନ୍ତି । ଆଗାମୀ ଦିନରେ ସମସ୍ତ ତାରିଖ ଘୋଷଣା କରାଯିବ ବୋଲି ମଧ୍ୟ ସୂଚନା ଦେଇଛନ୍ତି ମନମୋହନ ସାମଲ । ପ୍ରଧାନମନ୍ତ୍ରୀ ଫେବ୍ରୁଆରୀ ୩ରେ ଓଡ଼ିଶା ଆସି ସମ୍ବଲପୁରରେ IIMର ନୂଆ କ୍ୟାମ୍ପସକୁ ଉଦଘାଟନ କରିଥିଲେ । ପରେ ସମ୍ବଲପୁରରେ ଆୟୋଜିତ ହୋଇଥିବା କାର୍ଯ୍ୟକର୍ମରେ ଯୋଗ ଦେଇ ଦେଶକୁ ଉନ୍ନତି ଆଡ଼କୁ ଅଗ୍ରସର କରେଇବା ପାଇଁ ମଧ୍ୟ ଅଭିଭାଷଣ ଦେଇଥିଲେ ।

Related Articles

Back to top button