ସ୍ଥଗିତ ରହିଲା ଘରୋଇ ବସ ଧର୍ମଘଟ

ହଟିଲା ଆନ୍ଦୋଳନ, ଗଡ଼ିଲା ବସ୍। ରାଜ୍ୟରେ ସ୍ଥଗିତ ରହିଲା ଘରୋଇ ବସ ଧର୍ମଘଟ। ଅକ୍ଟୋବର ୩୧ତାରିଖ ଯାଏ ବସ ଧର୍ମଘଟ ସ୍ଥଗିତ ରଖିଛି ସଂଘ। ପାର୍ବଣକୁ ଦୃଷ୍ଟିରେ ରଖି ଓ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ କ୍ରମେ ବସ ଧର୍ମଘଟ ସ୍ଥଗିତ ରହିଛି। ରାଜ୍ୟ ସରକାର ଓ ଘରୋଇ ମାଲିକ ସଂଘର ଆଲୋଚନା ପରେ ଏହି ନିଷ୍ପତ୍ତି ନେଇଛି ସଂଘ। ପାର୍ବଣରେ ବସ ଧର୍ମଘଟ ଯୋଗୁ ଯାତ୍ରୀ ଅସୁବିଧା ଭୋଗିଥିଲେ। ଏଥିପାଇଁ ଯାତ୍ରୀଙ୍କୁ କ୍ଷମା ମାଗିଛି ବସ ମାଲିକ ସଂଘ।

ଗତକାଲି ରାତିରୁ ରାଜ୍ୟରେ ଘରୋଇ ବସ ଚଳାଚଳ ଆରମ୍ଭ କରିଛି। ବସ ଧର୍ମଘଟ ନେଇ ପରିବହନ ମନ୍ତ୍ରୀଙ୍କ ବାସଭବନରେ ବୈଠକ ବସିଥିଲା। ବୈଠକ ପରେ ରାଜ୍ୟରେ ପୁଣି ଘରୋଇ ବସ ଚଳାଚଳ କରିବ ବୋଲି କହିଥିଲେ ପରିବହନ ମନ୍ତ୍ରୀ ଟୁକୁନି ସାହୁ। ଅକ୍ଟୋବର ୨୬ରେ ପୁଣି ଥରେ ଆଲୋଚନା ହେବ ବୋଲି ସେ କହିଛନ୍ତି। ସରକାର ଲିଖିତ ପ୍ରତିଶ୍ରୁତି ନଦେବାରୁ ଓ ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ବସ ଯୋଜନାକୁ ବିରୋଧ କରି ଧର୍ମଘଟକୁ ଓହ୍ଲାଇଥିଲା ଘରୋଇ ବସ୍ ମାଲିକ ସଂଘ। ଫଳରେ ଗତକାଲି ଦିନସାରା ରାଜ୍ୟରେ ଠପ୍ ହୋଇଯାଇଥିଲା ବସ୍ ଚଳାଚଳ।

Related Articles

Back to top button