ସୁନ୍ଦରଗଡ଼ରେ ପୁଣି ୧୧ ସ୍କ୍ରବ ଟାଇଫସ୍ ଆକ୍ରାନ୍ତ

ଆଜି ୧୧ ଜଣ ସ୍କ୍ରବ ଟାଇଫସ୍ ରୋଗୀ ସୁନ୍ଦରଗଡ଼ ଜିଲ୍ଲାରେ ଚିହ୍ନଟ ହୋଇଛନ୍ତି । ପରୀକ୍ଷଣ ପାଇଁ ୫୧ଟି ନମୁନାରୁ ୧୧ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇବା ପରେ ଜିଲ୍ଲାରେ ପଜିଟିଭ ସଂଖ୍ୟା ୪୬୬କୁ ବୃଦ୍ଧି ପାଇଛି । ୧୮ ଅକ୍ଟୋବରରେ ମଧ୍ୟ ୧୧ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ୨୪ ଘଣ୍ଟା ମଧ୍ୟରେ ୪୯ଟି ନମୁନା ପରୀକ୍ଷା କରାଯାଇଥିଲା, ସେଥିରୁ ୧୧ଟି ପଜିଟିଭ ଚିହ୍ନଟ ହୋଇଥିଲେ । ଏନେଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ସୂଚନା ଦେଇଛନ୍ତି । ଏହା ସହିତ ସେ କହିଛନ୍ତି ଏହି ରୋଗୀଙ୍କ ଚିକିତ୍ସା ପାଇଁ ଡାକ୍ତରଙ୍କ ସ୍ୱତନ୍ତ୍ର ଟିମ ମଧ୍ୟ ଉପଲବ୍ଧ ରହିଛି ।

ଏହା ବ୍ୟତୀତ ଏହି ସଂକ୍ରମଣ ପାଇଁ ବାରମ୍ବାର ଲୋକଙ୍କୁ ସଚେତନ ବି କରାଯାଉଛି । ତେବେ ବରଗଡ଼ରେ ଜଣେ ସଂକ୍ରମିତଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଆଇସିୟୁରେ ରହିଛନ୍ତି । ଏହି ରୋଗ କୀଟ ଦଂଶନରୁ ହେଉଥିବାରୁ ଜଙ୍ଗଲ ତଥା ବିଲବାଡ଼ିକୁ ଯିବା ସମୟରେ ସମ୍ପୂର୍ଣ୍ଣ ଶରୀରକୁ ଘୋଡ଼ାଇ ରଖିବାକୁ ସ୍ୱାସ୍ଥ୍ୟ ବିଭାଗ ପରାମର୍ଶ ଦେଇଛି । ଏହି ରୋଗ କେବଳ ସୁନ୍ଦରଗଡ଼ରେ ନୁହେଁ ବରଂ ରାଜ୍ୟର ଅନ୍ୟାନ୍ୟ କେତେକ ଜିଲ୍ଲାରେ ଏହାର ସଂକ୍ରମଣ ବ୍ୟାପିବାରେ ଲାଗିଛି । ବଲାଙ୍ଗିର ଏବଂ ବରଗଡ଼ରେ ମଧ୍ୟ ଆତଙ୍କ ଖେଳାଉଛି । ପଶ୍ଚିମ ଓଡିଶା ପରେ ଦକ୍ଷିଣ ଓଡିଶାର କୋରାପୁଟ ଜିଲ୍ଲାରେ ସ୍କ୍ରବ ଟାଇଫସ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି ।

Related Articles

Back to top button