ଜୟପୁରକୁ ଉଡ଼ିଲା ଦ୍ବିତୀୟ ବିମାନ

ଭୁବନେଶ୍ବରରୁ ଜୟପୁରକୁ ଉଡ଼ିଲା ଦ୍ବିତୀୟ ବିମାନ। ‘ଇଣ୍ଡିଆ ୱାନ ଏୟାର’ ସଂସ୍ଥା ପକ୍ଷରୁ ବିମାନ ସେବା ଯୋଗାଇ ଦିଆଯାଇଛି। ୯ ସିଟ୍ ବିଶିଷ୍ଟ ଏହି ଦ୍ବିତୀୟ ବିମାନ ଯାତ୍ରୀଙ୍କୁ ଧରି ଉଡ଼ାଣ ଭରିଛି। ଭୁବନେଶ୍ବରରୁ ସକାଳ ୭ଟା ୧୦ରେ ବାହାରି ଜୟପୁରରେ ପହଞ୍ଚିଥିଲା ୮ଟା ୪୫ରେ । ସେହିପରି ଜୟପୁରରୁ ୯ଟାରେ ଛାଡି ଭୁବନେଶ୍ବରରେ ୧୦ଟା ୩୫ରେ ପହଞ୍ଚିବ ବିମାନ ।

ସପ୍ତାହରେ ଦୁଇ ଦିନ ସୋମବାର ଓ ଶୁକ୍ରବାର ଭୁବନେଶ୍ବର ଓ ଜୟପୁର ମଧ୍ୟରେ ଉଡ଼ିବ ବିମାନ। ଏହି ବିମାନ ସେବା ପାଇଁ ଆର୍ଥିକ ସହାୟତା ଯୋଗାଉଛନ୍ତି ରାଜ୍ୟ ସରକାର । ଗତବର୍ଷ ଅକ୍ଟୋବର ୩୧ ତାରିଖରେ କୋରାପୁଟ ଜିଲ୍ଲା ଜୟପୁରକୁ ପ୍ରଥମ ବିମାନ ସେବା ଆରମ୍ଭ ହୋଇଥିଲା। ବିମାନ ଚଳାଚଳର ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏବେ ଦ୍ବିତୀୟ ବିମାନ ସେବା ଯୋଗାଯୋଗକୁ ଅଧିକ ସୁଦୃଢ଼ କରିବା ସହ ଆର୍ଥିକ ଗତିବିଧି ବୃଦ୍ଧି ପାଇବ । ଦ୍ବିତୀୟ ବିମାନ ଚଳାଚଳକୁ ନେଇ ଯାତ୍ରୀ ଖୁସି ଅଛନ୍ତି ।

Related Articles

Back to top button