ରାଜ୍ୟରେ ଶୀତ ଲହରୀ ଅନୁଭୂତ ହେବା ସହ ପାରଦ ତଳମୁହାଁ ହୋଇଛି

ଦୁଇ ଦିନ ହେବ ରାତି ତାପମାତ୍ରା ସାମାନ୍ୟ ହ୍ରାସ ପାଇଛି । ଯାହା ଫଳରେ ରାଜ୍ୟରେ ପୁଣି ଅନୁଭୂତ ହେଉଛି ଶୀତ । ଉପକୂଳ ଓଡ଼ିଶାରେ ତାପମାତ୍ରାରେ ପରିବର୍ତ୍ତନ ହୋଇଛି ।  ଶୀତ ଲହରୀ ଅନୁଭୂତ ହେବା ସହ ପାରଦ ତଳମୁହାଁ ହୋଇଛି ।ତେବେ ଆଗାମୀ ଦୁଇ ତିନି ଯାଏ ପାରଦ ୨ରୁ ୩ ଡିଗ୍ରୀ ଯାଏ ବୃଦ୍ଧି ପାଇପାରେ । ଗତ ସପ୍ତାହରେ ରାଜ୍ୟରେ ରାତିର ତାପମାତ୍ରା ବଢ଼ିଥିଲା ।

ଦିନ ସମୟରେ ବାୟୁମଣ୍ଡଳ ଶୁଷ୍କ ରହୁଥିବା ବେଳେ ରାତିରେ ସମୁଦ୍ରରୁ ବାୟୁ ପ୍ରବାହିତ ହେଉଥିଲା । ଫଳରେ ରାତିର ତାପମାତ୍ର ଅଧିକ ରହୁଥିଲା । ଅନ୍ୟପଟେ ଆଜି ଓ ଆସନ୍ତାକାଲି ଉତ୍ତର, ଦକ୍ଷିଣ ଅଭ୍ୟନ୍ତରୀଣ ଓଡିଶାର କିଛି ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି ।ସେହିପରି ୧୨ ତାରିଖରେ ଉପକୂଳ ଓଡ଼ିଶା ସମେତ ମୟୂରଭଞ୍ଜ, କେନ୍ଦୁଝର, ଅନୁଗୋଳ, ଢେଙ୍କାନାଳ, ସୁନ୍ଦରଗଡ଼ ଓ ବୌଦ୍ଧ ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣ ବର୍ଷା ହେବାର ସମ୍ଭାବନା ରହିଛି ।

Related Articles

Back to top button