ରାକ୍ଷସ ସାଜିଲା ବାପା: ୫ମାସର ପୁଅକୁ କଚାଡି ନେଲା ଜୀବନ

ମଦ ନିଶାରେ ପାଞ୍ଚ ମାସର ପୁଅକୁ କଚାଡ଼ି ମାରିଲା ବାପା । ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଳ ଥାନା ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି। ମଦନିଶାରେ ନିଜ ପୁଅକୁ ବାପା ତଳେ କଚାଡ଼ି ମାରିଦେଇଛି ।ସୂଚନା ଅନୁଯାୟୀ, ପାଇକମାଳ ଥାନା ଚେରେଙ୍ଗା ଝାଞ୍ଜ ଗାଁର ହେମନ୍ତ ଭୁଏ ଗତ ରାତିରେ ମଦ ନିଶାରେ ଘରକୁ ଯାଇ ପାଟିତୁଣ୍ଡ କରିଥିଲା। ମଦ ନିଶାରେ ନିଜ ପାଞ୍ଚ ମାସର ଶିଶୁପୁତ୍ରକୁ ତଳେ କଚାଡି ଦେଇଥିଲା ହେମନ୍ତ । ଘଟଣାସ୍ଥଳରେ ହିଁ ଶିଶୁପୁତ୍ରର ମୁତ୍ୟୁ ହୋଇଛି। ଗାଁ ଲୋକଙ୍କଠାରୁ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Related Articles

Back to top button