ଆଦିବାସୀ ପଡ଼ିଆରେ ଆରମ୍ଭ ହୋଇଯାଇଛି ରାଜ୍ୟସ୍ତରୀୟ ଆଦିବାସୀ ମେଳା

ରାଜ୍ୟସ୍ତରୀୟ ଆଦିବାସୀ ମେଳା ଆରମ୍ଭ ହୋଇଯାଇଛି। ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଆନୁକୂଲ୍ୟରେ ଆୟୋଜିତ ଏହି ମେଳାକୁ ଉଦ୍‌ଘାଟିତ କରାଯାଇଛି। ତେବେ ଏହି ମେଳାର ଆୟୋଜନ ୟୁନିଟ-୧ ସ୍ଥିତ ଆଦିବାସୀ ପଡ଼ିଆରେ କରାଯାଇଛି। ଏହି ମେଳା ଆଗାମୀ ଫେବ୍ରୁଆରି ୫ ତାରିଖ ଯାଏଁ ଜାରି ରହିବ। ଆଦିବାସୀ ମେଳାରେ ୧୦୯ ଷ୍ଟଲ୍ ଲାଗିଥିବା ବେଳେ ମେଳାରେ ମୁଖ୍ୟ ଆକର୍ଷଣ ସାଜିଛି ୧୦ଟି ଜନଜାତିଙ୍କ ଘର। ଆଦିବାସୀ ମାନଙ୍କର ହସ୍ତଶିଳ୍ପ, କଳାକୃତି, କୃଷିଜାତ ସାମଗ୍ରୀ ଏବଂ ସେମାନଙ୍କ ଦ୍ୱାରା ଜଙ୍ଗଲରୁ ସଂଗୃହୀତ ଦ୍ରବ୍ୟ ଗୁଡ଼ିକ ପ୍ରଦର୍ଶିତ କରିବା ନିମନ୍ତେ ଏହି ମେଳାର ଆୟୋଜନ ପ୍ରତିବର୍ଷ ଜାନୁଆରୀ ମାସରେ ହୋଇଥାଏ।

ସୂଚନା ଅନୁସାରେ , ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ପକ୍ଷରୁ ଆୟୋଜିତ ହୋଇଯାଇଛି ୨୦୨୪ ବର୍ଷର ଆଦିବାସୀ ମେଳା। ତେବେ ଏହି ମେଳା ଆଗାମୀ ଫେବ୍ରୁଆରି ୫ ତାରିଖ ଯାଏଁ ଜାରି ରହିବ। ଏହି ମେଳାର ଆୟୋଜନ ୟୁନିଟ-୧ ସ୍ଥିତ ଆଦିବାସୀ ପଡ଼ିଆରେ କରାଯାଇଛି। ଆଦିବାସୀମାନଙ୍କର କଳା, ସଂସ୍କୃତି ଓ ସ୍ଥାପତ୍ୟକୁ ବିଶ୍ୱ ଦରବାରରେ ପରିଚିତ କରାଇବା ସହିତ ବିଭିନ୍ନ ଜଙ୍ଗଲଜାତ ଦ୍ରବ୍ୟ ଓ ସେମାନଙ୍କ ଉତ୍ପାଦିତ ସାମଗ୍ରୀକୁ ପ୍ରଦର୍ଶିତ କରିବା ଏହି ମେଳାର ମୁଖ୍ୟ ଉଦ୍ଦେଶ୍ୟ। ତେବେ ଏଠାରେ ମୋଟ ୧୦୯ଟି ଷ୍ଟଲ୍‌ରେ ବିଭିନ୍ନ ସାମଗ୍ରୀର ପ୍ରଦର୍ଶନୀ ଲାଗିଛି। ପ୍ରାଚୀନ ଜନଜାତି ଗୋଷ୍ଠୀଙ୍କ ଘରର ମଡେଲ ହେଉଛି ଏହି ମେଳାର ଅନ୍ୟତମ ଆକର୍ଷଣ। ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଭ୍ୟାମାନଙ୍କ ଦ୍ୱାରା ପ୍ରସ୍ତୁତ ଓ ଉତ୍ପାଦିତ ସାମଗ୍ରୀ ଏହାର ବିକ୍ରି ହେଉଛି। ତେବେ ଏହିମେଳା ପ୍ରତିବର୍ଷ ପଡିଥାଏ ଏବଂ ମେଳା ବୁଲିବାକୁ ଓ ବିଭିନ୍ନ ହସ୍ତଶିଳ୍ପ ସାମଗ୍ରୀ କିଣିବାକୁ ମଧ୍ୟ ଏଠାରେ ପ୍ରବଳ ଭିଡ ହୋଇଥାଏ। ଏ ବର୍ଷ ମଧ୍ୟ ପ୍ରଥମ ଦିନରେ ମେଳା ସମ୍ମୁଖରେ ପର୍ଯ୍ୟଟକଙ୍କ ବେଶ ଭିଡ ଦେଖିବାକୁ ମିଳୁଛି।

Related Articles

Back to top button