ଦୁଇ ଦିନ ମଧ୍ୟରେ ତାପମାତ୍ରା ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବଢିବାର ସମ୍ଭାବନା

ରାଜ୍ୟରେ ବଢୁଛି ତାତି । ଉପକୂଳ ଠାରୁ ଆରମ୍ଭ କରି ଆଭ୍ୟନ୍ତରୀଣ ଓଡିଶାର ଅନେକ ସ୍ଥାନରେ ତାତି ବଢିବାରେ ଲାଗିଛି । ଅସହ୍ୟ ତାତିରେ ରାଜ୍ୟ ବାସୀ ହନ୍ତସନ୍ତ ହେଉଥିବା ବେଳେ ଏହାରି ଭିତରେ ଏପ୍ରିଲରୁ ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡିଶାର ଅଧିକାଂଶ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଟପିବା ନେଇ ଆକଳନ କରିଛି ଆଂଚଳିକ ପାଣିପାଗ ବିଭାଗ । ଯାହା ଏବେ ଚିନ୍ତାର କାରଣ ପାଲଟିଲାଣି । ଦିନ ୧୧ ଟା ନ ବାଜୁଣୁ ଟାଇଁ ଟାଇଁ ଖରା ଅନୂଭୁତ ହେଲାଣି । ଫଳରେ ଘରୁ ବାହାରିବା ମଧ୍ୟ ମୁସ୍କିଲ ହୋଇପଡିଲାଣି । ଏବଂ ଆଗାମୀ ଦୁଇ ଦିନ ମଧ୍ୟରେ ତାପମାତ୍ରା ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବଢିବାର ସମ୍ଭାବନା ରହିଛି । ବିଶେଷକରି ନୟାଗଡ , ଟିଟିଲାଗଡ , ଭବାନୀପାଟଣା , ମାଲକାନଗିରି , ନୂଆପଡା , ବଲାଙ୍ଗୀର , ଗଜପି ସମେତ ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ୪୦ ଡିଗ୍ରୀ ଛଇଁବ । ଏହାସହ ଆସନ୍ତା ୩୦ ତାରିଖ ବେଳକୁ ଗୋଟିଏ ପଶ୍ଚିମାଝଡ ଆସିବାର ସମ୍ଭାବନା ରହିଛି । ଯାହାର ପ୍ରଭାବରେ ୩୦ ଓ ୩୧ ତାରିଖରେ ରାଜ୍ୟର କେତେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତା ୩୦ ତାରିଖ ବଳେକୁ ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗନ, ଝାରସୁଗୁଡ଼ା ଓ ବରଗଡ଼ ଜିଲ୍ଲାରେ କେତେକ ସ୍ଥାନରେ ହାଲ୍କାରୁ ମଧ୍ୟମ ଧରଣର ବର୍ଷା ହେବା ସହିତ ୩୧ ତାରିଖ ବେଳକୁ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ,ବାଲେଶ୍ୱର, ଭଦ୍ରକ, ଯାଜପୁର ଓ କେନ୍ଦୁଝର ଜିଲ୍ଲାରେ କେତେକ ସ୍ଥାନରେ ହାଲ୍କାରୁ ମଧ୍ୟମ ଧରଣ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

Related Articles

Back to top button