ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ହେପାଜତରେ ଥାଇ ନୂଆ ଆଦେଶ ଜାରି କରିଛନ୍ତି କେଜ୍ରିୱାଲ

ଦିଲ୍ଲୀ ମଦ ଦୁର୍ନୀତି ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ହେପାଜତରେ ଥାଇ ନୂଆ ଆଦେଶ ଜାରି କରିଛନ୍ତି । ଅରବିନ୍ଦ ମଙ୍ଗଳବାର ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସୌରଭ ଭରଦ୍ୱାଜଙ୍କୁ ଏହା ସୁନିଶ୍ଚିତ କରିଛନ୍ତି କି ହସ୍ପିଟାଲ ଓ କ୍ଲିନିକରେ ଲୋକଙ୍କୁ ମାଗଣାରେ ଔଷଧ ମିଳିବା ଜାରି ରହିଥାଉ ।

ସେମାନଙ୍କ ଡାକ୍ତରି ପରୀକ୍ଷା ବି ସୁନିଶ୍ଚିତ କରାଯାଉ । ସ୍ୱାସ୍ଥ୍ୟ ମନ୍ତ୍ରୀ ସୌରଭ ଭରଦ୍ୱାଜ କହିଛନ୍ତି, ‘ଦିଲ୍ଲୀବାସୀଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିଛନ୍ତି ଅରବିନ୍ଦ କେଜ୍ରିୱାଲ । ଜେଲ୍ ଯିବା କାରଣରୁ ଦିଲ୍ଲିବାସୀଙ୍କୁ ଯେଭଳି କୌଣସି ଅସୁବିଧା ନହୁଏ ସେଥିପ୍ରତି ସେ ଚିନ୍ତିତ ରହିଛନ୍ତି କେଜ୍ରିୱାଲ । ଦିଲ୍ଲୀରେ ସରକାରଙ୍କ ଦ୍ୱାରା ପରିଚାଳିତ ମୋହୋଲା କ୍ଳିନିକ୍ ଗୁଡ଼ିକରେ ଯେପରି ଲୋକେ ମାଗଣା ଔଷଧ ପାଇବା ସହିତ ମାଗଣାରେ ସମସ୍ତ ପ୍ରକାର ଟେଷ୍ଟ କରାଇପାରିବେ, ସେ କଥା ନିଶ୍ଚିତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି’ ।ଅନ୍ୟପଟେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପକ୍ଷରୁ ସରକାରୀ ଆଦେଶ ଜାରି କରିବା ଘଟଣାକୁ ଗମ୍ଭୀରତା ସହ ନେଇ ଯାଞ୍ଚ କରାଯାଉଛି । ଇଡି ଅଧିକାରୀଙ୍କ କହିବାନୁସାରେ, କେନ୍ଦ୍ରୀୟ ଏଜେନ୍ସି ଯାଞ୍ଚ କରୁଛି କି କୌଣସି ମୁଖ୍ୟମନ୍ତ୍ରୀ ହେପାଜତରେ ରହି ନିର୍ଦ୍ଦେଶ ଜାରି କରିବା ପିଏମଏଲଏ କୋର୍ଟ ପକ୍ଷରୁ ଦିଆଯାଇଥିବା ଆଦେଶର ଅନ୍ତର୍ଭୁକ୍ତ ଅଛି କି ନାହିଁ । ସେହିପରି ଦିଲ୍ଲୀ ମନ୍ତ୍ରୀ ଆତିଶୀ ଦାବି କରିଥିଲେ ଯେ, ମୁଖ୍ୟମନ୍ତ୍ରୀ ହେପାଜତରେ ଥାଇ ଦିଲ୍ଲୀବାସୀଙ୍କ ପିଇବା ପାଣି ନେଇ ଚିନ୍ତିତ ।

ଏହାପରେ କେଜ୍ରିୱାଲ ଲେଖିଥିବା ଏକ ଚିଠିକୁ ଦେଖାଇଥିଲେ । ଏବେ ଏହାକୁ ନେଇ ଇଡି ସନ୍ଦେହ ପ୍ରକାଶ କରିଛି । ହେପାଜତରେ ଥିବା ବେଳେ କୌଣସି ଷ୍ଟେସନାରୀ ଜିନିଷ ଅନୁମତି ନାହିଁ । ଏପରି ସ୍ଥିତିରେ ଆତିଶୀ କିଭଳି ଚିଠି ପାଇଲେ ତାର ତଦନ୍ତ କରିବ ବୋଲି ସୂଚନା ରହିଛି । ତେଣୁ ଆତିଶୀଙ୍କୁ ଇଡି ପଚରାଉଚରା କରିବ ବୋଲି ଜଣାପଡିଛି ।

Related Articles

Back to top button