ରାଜ୍ୟରେ ଆସନ୍ତା ସପ୍ତାହରୁ ତାପମାତ୍ରା ବୃଦ୍ଧି ପାଇବ

ରାଜ୍ୟର କେତେକ ସ୍ଥାନରେ ସାମାନ୍ୟ ଧରଣର ବର୍ଷା ଲାଗି ରହିଛି। ରାଜ୍ୟରେ ଆସନ୍ତା ସପ୍ତାହରୁ ତାପମାତ୍ରା ବୃଦ୍ଧି ପାଇବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି।ପାଣିପାଗ ବିଭାଗର ସୂଚନା ଅନୁସାରେ, ନୂଆପଡା, ବଲାଙ୍ଗିର, କଳାହାଣ୍ଡି, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ ଜିଲାର ଗୋଟିଏ ଦୁଇଟି ସ୍ଥାନରେ ଆଜି ଏବଂ ଆସନ୍ତାକାଲି ସାମାନ୍ୟ ବର୍ଷାର ସମ୍ଭାବନା ଅଛି। ତେବେ ଆସନ୍ତା ୪ ତାରିଖରୁ ପାଗ ଶୁଖିଲା ରହିବା ସହିତ ତାପମାତ୍ରା ବୃଦ୍ଧି ପାଇବ ବୋଲି ପାଣିପାଗ ବିଜ୍ଞାନୀମାନେ ଅନୁମାନ କରିଛନ୍ତି।

Related Articles

Back to top button