ଖୋଲା ହେଲା ଶ୍ରୀମନ୍ଦିର ପଶ୍ଚିମ ଦ୍ବାର : ବୁଦ୍ଧିଜୀବିମାନେ କଲେ ପ୍ରଶାସନକୁ ପ୍ରଶ୍ନ

ପ୍ରଶାସନ ପକ୍ଷରୁ ଆଜି ପୁରୀ ବାସିନ୍ଦାଙ୍କ ପାଇଁ ଥିବା ପଶ୍ଚିମ ଦ୍ବାର ସାଧାରଣ ଭକ୍ତଙ୍କ ପାଇଁ ମଧ୍ୟ ଖୋଲା ହୋଇଛି । ତେବେ ପଶ୍ଚିମ ଦ୍ବାରରେ ପ୍ରବଳ ଗହଳି ଦେଖିବାକୁ ମିଳିଥିଲା । ତେବେ ପୁରୀ ବାସିନ୍ଦାଙ୍କ ପାଇଁ ଥିବା ପଶ୍ଚିମ ଦ୍ବାର କାହିଁକି ସାଧାରଣ ଲୋକମାନଙ୍କ ପାଇଁ ଖୋଲାଗାଲା ଏନେଇ ବୁଦ୍ଧିଜୀବି ମାନେ ପ୍ରଶାସନକୁ ପ୍ରଶ୍ନ ପଚାରିଛନ୍ତି । ଗତ ଗୁରୁବାରରେ ଦିନ ମହାପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତମାନେ ନାହିଁ ନଥିବା କଲବଲ ହୋଇଥିଲେ । ଗୁରୁବାର ଦିନ ତାପମାତ୍ରା ଅଧିକ ଥିବା ବେଳେ ଭକ୍ତମାନେ ଦୌଡିଦୌଡି ଜଗା ଦର୍ଶନ କରିଥିଲେ । ଭକ୍ତଙ୍କ ପାଇଁ ହୋଇଥିବା ଏସି ଟନେଲ ବି ଉଣା ପଡିଯାଇଛି । ଏସି ଟନେଲ ବାଦ ଭକ୍ତ ମାନଙ୍କୁ ଆହୁରି 300 ମିଟର ଚାଲିବା ପାଇଁ ପଡୁଛି । ତେବେ ଏହା ଦେଖି ବୁଦ୍ଧିଜୀବୀ ଶ୍ରୀ ମନ୍ଦିର ପ୍ରଶାସନ ଉପରେ ଆଙ୍ଗୁଣି ଉଠାଇଛନ୍ତି ।

Related Articles

Back to top button