୧୨ ଦିନରେ ପହଞ୍ଚିଛି ରଥ ନିର୍ମାଣ କାର୍ଯ୍ୟ : ଚଉପଟ ଗୁଜ କାଠରେ ଅଙ୍କନ ହେଲା ନୃସିଂହ ମୁଖ

ଚଉପଟ ଗୁଜ କାଠରେ ଅଙ୍କନ ହେଲା ନୃସିଂହ ମୁଖ । ଦ୍ବାଦଶ ଦିବସରେ ପହଞ୍ଚିଛି ରଥ ନିର୍ମାଣ କାର୍ଯ୍ୟ । ତିନି ରଥର ନିର୍ମାଣ କାର୍ଯ୍ୟରେ ଲାଗିପଡିଛନ୍ତି ସେବକମାନେ । ରଥ ନିର୍ମାଣ ପାଇଁ ତିନି ମୁଖ୍ଯ ବିଶ୍ୱକର୍ମା ସେବକଙ୍କ ମାର୍ଗଦର୍ଶନରେ ଅନୁକୂଳ କରାଯାଇ ପୁଜାକାଠ କାର୍ଯ୍ୟ ଆରମ୍ଭ ହୋଇଥିଲା । ତେବେ ଏହାରି ମଧ୍ୟରେ ରଥ କାର୍ଯ୍ୟ ପାଇଁ ଚଉପଟ ଗୁଜ କାଠରେ ନୃସିଂହ ମୁଖ ଅଙ୍କନ ହୋଇଛି ।

ବୈଶାଖ ଶୁକ୍ଳ ଚତୁର୍ଦ୍ଦଶୀ ମହାପ୍ରଭୁ ଶ୍ରୀ ନୃସିଂହ ଦେବଙ୍କ ଜନ୍ମ ତିଥିରେ ସମସ୍ତ ରୀତିନୀତି ଓ ପରମ୍ପରାକୁ ଆଧାର କରି ରଥର ଗୁଜ, ଅର, ତୁମ୍ବରେ ଆର ସଂଯୋଗର ଅନୁକୂଳ ପୂଜା ବିଧି ପାଳନ ହୋଇଯାଇଛି । ଏଥିସହ ମା ଚର୍ଚ୍ଚିକାଙ୍କୁ ପୂଜାର୍ଚ୍ଚନା କରାଯାଇ ସର୍ଦ୍ଦାର ରବି ଭୋଇଙ୍କ ତତ୍ତ୍ବତ୍ବାବଧାନରେ ତିନି ରଥ ରଥର ଭୋଇ ସେବକ ମାନେ ଜନ୍ତାଗାଡ ପ୍ରସ୍ତୁତ କରିଥିଲେ । ଗତକାଲି ଅପରାହ୍ନ ସମୟରେ ତିନି ରଥ ମୁଖ୍ୟ ରୂପକାର ସେବକ ଚଉପଟ ଗୁଜ କାଠ ରେ ନୃସିଂହ ମୁଖ ଅଙ୍କନ କରାଯାଇଥିଲା । ଏହାପରେ ମାହାର୍ଦ ରଖି ନଡ଼ିଆ ବାଡେଇ ଅନୁକୂଳ ପୂଜା ପରେ ସହୋଯୋଗୀ ରୂପକାର ସେବକ ମାନେ ମିଶି ନୃସିଂହ ମୁଖ ଖୋଦେଇ କାର୍ଯ୍ୟ ଆରମ୍ଭ କରିଥିଲେ ।

Related Articles

Back to top button