ଏଥର ବାଲିଯାତ୍ରାରେ ମିଳିବ ବ୍ୟାଙ୍କକର ମଜା

ବର୍ତ୍ତମାନ ବାଲିଯାତ୍ରା ପାଇଁ ପ୍ଲଟ ବୁକିଂ ଚାଲିଛି l ତେବେ ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ବାଲିଯାତ୍ରାରେ ଲୋକମାନେ ଅନେକ କିଛି ନୂଆ ଜିନିଷ ଦେଖିବାକୁ ପାଇବେ ବୋଲି ଉତ୍ସାହରେ ଅପେକ୍ଷା କରିଛନ୍ତି l ଏଥର ଏହି ଯାତ୍ରାକୁ ଆହୁରି ଆକର୍ଷିତ କରିବା ପାଇଁ ବ୍ୟାଙ୍କକକ୍ ର ଆକ୍ୱାରିୟମକୁ ଏଥିରେ ସାମିଲ କରାଯାଇଛି l ଏବେ ବ୍ୟାଙ୍କକକ୍ ର ମଜା ମିଳିବ କଟକ ବାଲିଯାତ୍ରାରେ l ତେବେ ପ୍ରଥମ ଥର ପାଇଁ ବାଲିଯାତ୍ରାକୁ ଆସୁଛି ଅଣ୍ଡର ୱାଟର ଟର୍ନେଲ ଆକ୍ୱାରିୟମ ।

୨୫୦ ଫୁଟ ଲମ୍ବ ଏବଂ ୬୦ ଫୁଟ ଚଉଡ଼ାରେ ବିଶିଷ୍ଟ ଏହି ଆକ୍ୱାରିୟମର ମଜା ନେଇ ପାରିବେ ଲୋକେ l ଚାରି ପଟେ ପାଣି ଏବଂ ବିଭିନ୍ନ ପ୍ରକାରର ମାଛ ସହ ସମୁଦ୍ର ଭିତରର ଦୁନିଆଁ କୁ ଦେଖି ପାରିବେ ଦର୍ଶକ l ତାମିଲନାଡରୁ 28ଟି ଟ୍ରକରେ ଅଣାଯିବ ମାଛ ଏବଂ ସମସ୍ତ ଉପକରଣ l ଏହାକୁ ଦେଖିବା ପାଇଁ ଟିକେଟର ମୁଲ୍ୟ ୧୦୦ରୁ ୧୫୦ ରଖଯାଇଛି । ତେବେ ନିଶ୍ଚିତ ଭାବରେ ଏହା ବାଲିଯାତ୍ରାର ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିବ ବୋଲି ଅନୁମାନ କରାଯାଉଛି l

Related Articles

Back to top button