ଇସ୍ରାଏଲ ବିରୋଧରେ ଯୁଦ୍ଧ ଘୋଷଣା କଲା ହୁତୀ

ହମାସ ଓ ଇସ୍ରାଏଲ ମଧ୍ୟରେ ଲଗାତର ଭାବେ ୨୫ ଦିନ ହେବ ଯୁଦ୍ଧ ଜାରି ରହିଛି । ଏହି ଯୁଦ୍ଧରେ ଇସ୍ରାଏଲ ବିରୋଧରେ ହମାସ ବ୍ୟତୀତ ଲେବନାନର ଆତଙ୍କବାଦୀ ସଂଗଠନ ହିଜବୁଲ୍ଲା ମଧ୍ୟ ଯୁଦ୍ଧ ଆରମ୍ଭ କରିଦେଇଛି । ଏହି କ୍ରମରେ ଏବେ ତୃତୀୟ ମୋର୍ଚ୍ଚାର ଏଣ୍ଟ୍ରି ହୋଇଛି । ଏହି ତୃତୀୟ ମୋର୍ଚ୍ଚା ହେଉଛି ୟମନର ଚରମପନ୍ଥୀ ସଂଗଠନ ହୁତୀ । ହୁତୀ ବିଦ୍ରୋହୀ ସଂଗଠନ ତରଫରୁ ଅଫିସିଆଲି ଇସ୍ରାଏଲ ବିରୋଧରେ ଓ ପାଲେଷ୍ଟାଇନ ସପକ୍ଷରେ ଯୁଦ୍ଧ ଘୋଷଣା କରିଛି । ହୁତୀ ବିଦ୍ରୋହୀଙ୍କ ସରକାରର ପ୍ରଧାନମନ୍ତ୍ରୀ ଅଜୀଜ ବିନ୍ ହବୁତର କହିଛନ୍ତି କି, ଗାଜାରେ ନିଜର ଲୋକଙ୍କୁ ମରିବା ପାଇଁ ଛାଡି ଦିଆଯାଇପାରିବ ନାହିଁ ।

ହୁତୀ ବିଦ୍ରୋହୀ ଚେତାବନୀ ଦେଇଛନ୍ତି କି ଯଦି ଇସ୍ରାଏଲ ଗାଜାରେ ଯୁଦ୍ଧ ବିରତି ଘୋଷଣା ନ କରେ ତେବେ ଇସ୍ରାଏଲ ଉପରେ ଆହୁରି ବାଲାଷ୍ଟିକ ମିସାଇଲ ଛଡାଯିବ । ହୁତୀ ବିଦ୍ରୋହୀମାନେ ୨୦୧୪ ମସିହାରେ ୟମନର ରାଜଧାନୀ ସହିତ ଦେଶର ଅନେକ ଭାଗକୁ ନିଜ ଦଖଲକୁ ନେଇସାରିଛନ୍ତି । ହୁତୀ ସଂଗଠନର ମୁଖପାତ୍ର ୟାହ୍ୟା ସାରିଆ କହିଛନ୍ତି ଯେ ଇସ୍ରାଏଲର ବୋମାମାଡ ଯୋଗୁଁ ବଢୁଥିବା ମାନବିକ ସଂକଟର ସମ୍ମୁଖୀନ ହେଉଥିବା ଗାଜାବାସୀଙ୍କ ଧାର୍ମିକ, ନୈତିକ, ମାନବିକ ଏବଂ ରାଷ୍ଟ୍ରୀୟ ଦାୟିତ୍ୱବୋଧରୁ ଏହି ଏୟାର ଷ୍ଟ୍ରାଇକ କରାଯାଇଛି ।

୧୯୮୦ ମସିହାରେ ୟେମେନରେ ହୁତୀ ଚରମପନ୍ଥୀଙ୍କ ଆର୍ବିଭାବ ହୋଇଥିଲା । ଏହା ସିଆ ମୁସଲମାନ ସଂପ୍ରଦାୟର ସବୁଠାରୁ ବଡ ଆଦିବାସୀ ସଂଗଠନ । ଅବଦୁଲ୍ଲା ସାଲେହଙ୍କ ଅର୍ଥନୈତିକ ନୀତିକୁ ନେଇ ହୁତୀମାନେ କ୍ରୋଧିତ ଥିଲେ । ଯାହା ୟେମନର ଉତରାଞ୍ଚଳରେ ଅସମାନତା ସୃଷ୍ଟି କରିଥିଲା ଏବଂ ୨୦୦୦ ମସିହାରେ ହୁତୀମାନେ ଏକ ବେସାମରିକ ସେନା ଗଠନ କରିଥିଲେ । ୨୦୧୧ ରେ ଆର ହସ୍ତକ୍ଷେପ ଯୋଗୁଁ ଯୁଦ୍ଧ ବନ୍ଦ ହୋଇଥିଲା ।

Related Articles

Back to top button