
ଦୋଳ ପୂର୍ଣ୍ଣମୀ ନୀତି କାନ୍ତି ନେଇ ଆଜି ଛତିଶା ନିଯୋଗ ବୈଠକରେ ନିଷ୍ପତି
ଆଗାମୀ ଦୋଳ ପୂର୍ଣ୍ଣମୀ ନୀତି କାନ୍ତି ଶୃଙ୍ଖଳିତ କିଭଳି ଭାବେ ସମାପନ ହେବ। ସେନେଇ ଆଜି ଛତିଶା ନିଯୋଗ ବୈଠକରେ ନିଷ୍ପତି ନିଆଯାଇଛି। ଶ୍ରୀମନ୍ଦିରରେ ଆସନ୍ତା ୨୪ ଓ ୨୫ ତାରିଖ ମେଣ୍ଢାପୋଡ଼ି ଓ ଦୋଳପୂର୍ଣ୍ଣମୀ ବିଶେଷ ନୀତିକାନ୍ତି ରହିଥିବାରୁ ଛତିଶା ନିଯୋଗରେ ଆଜି ଏ ନେଇ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ଉପରେ ଆଲୋଚନା ହୋଇଛି। ବଡି ଭୋର ୩ ଟାରୁ ଏହି ଦୁଇ ଦିନ ଶ୍ରୀମନ୍ଦିର ଦ୍ଵାର ଫିଟା ଯାଇ ନୀତିକାନ୍ତି କରିବା ନେଇ ନିଷ୍ପତି ନିଆଯାଇଛି। ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କ ଶୃଙ୍ଖଳିତ ଓ ବ୍ୟବସ୍ଥିତ ଦର୍ଶନ କରିପାରିବେ ସେ ନେଇ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯିବା ବୋଲି ଆଲୋଚନା ହୋଇଛି।