ଆଜି ଦେଶର ଅନେକ ପ୍ରାନ୍ତରେ ପାଳିତ ହେଉଛି ଇଦ୍-ଉଲ୍-ଫିତର୍

ଭାରତରେ ବହୁ ଧର୍ମର ଲୋକ ବସବାସ କରନ୍ତି । ବିଭିନ୍ନ ଧର୍ମର ଲୋକମାନେ ବିଭିନ୍ନ ପର୍ବ ପାଳନ କରିଥାନ୍ତି । ସେହିପରି ଆଜି ହେଉଛି ଇସଲାମ ଧର୍ମର ପବିତ୍ର ପର୍ବ ଇଦ ଉଲ ଫିତର । ଏହା ଇସଲାମ ଧର୍ମର ଏକ ଭାଇଚାରର ପର୍ବ ଅଟେ ।

ଆଜିର ଦିନକୁ ମୁସଲମାନ ମାନେ ଭାଇଚାରର ପର୍ବ ଭାବେ ପାଳନ କରିଥାନ୍ତି । ଆଜି ସମସ୍ତ ମୁସଲମାନ ମାନେ ମସଜିଦରେ ନମାଜ ପାଠ କରି ସମସ୍ତଙ୍କୁ ଇଦ୍ ର ଶୁଭେଚ୍ଛା ଜଣାଇଥାନ୍ତି । ଏହି ପର୍ବକୁ ନିଷ୍ଠାର ସହିତ ପାଳନ କରାଯାଏ । ଏହି ପର୍ବର ଏକ ମାସ ପୂର୍ବରୁ ମୁସଲମାନ ମାନେ ରୋଜା ବା ଉପବାସ ରଖିଥାନ୍ତି । ଇଦର ମାସ ପୂର୍ବରୁ ଏହାକୁ ରମଜାନ ମାସ କୁହାଯାଏ । ସେମାନେ ସୂର୍ଯ୍ୟୋଦୟ ପୂର୍ବରୁ ଓ ପରେ ଆହାର ଗ୍ରହଣ କରିଥାନ୍ତି । ଦିନ ତମାମ ପାଣି ନ ପିଇ ନିଷ୍ଠାର ସହିତ ଏହି ପର୍ବ ପାଳନ କରିଥାନ୍ତି । ଇଦ ପାଳନ ପାଇଁ ଇସଲାମ ଧର୍ମାଲମ୍ବୀ ମାନେ ବେଶ ଉତ୍ସାହିତ ଥିବା ବେଳେ ବିଭିନ୍ନ ମସଜିଦ ମାନଙ୍କରେ ସାମୂହିକ ନମାଜ ପାଠ ମଧ୍ୟ କରାଯାଇଥାଏ ।

ଏହି ଉପଲକ୍ଷେ ଆଜି କଟକରେ ଆନନ୍ଦ ଉତ୍ସାହର ସହ ପାଳିତ ହେଵ ଇଦ୍‌-ଉଲ-ଫିତର। ମଙ୍ଗଳବାର ଆକାଶରେ ଚାନ୍ଦ ଦେଖାଯିବାରୁ କଟକସ୍ଥିତ ଅଞ୍ଜୁମନ ଇସଲାମିୟା ଚାନ୍ଦ କମିଟି ଆଜି ଇଦ୍ ପାଳନ ପାଇଁ ନିଷ୍ପତ୍ତି ନେଇଥିଲା।ତେବେ ଇଦ୍ ପାଳନ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।

Related Articles

Back to top button